ୱାକଫ ସଂଶୋଧନ ଆଇନ-୨୦୨୫ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜୀବ ଖନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେ.ଭି ବିଶ୍ୱନାଥନଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। ୱକ୍ଫ ସଂଶୋଧନ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ୱକ୍ଫ ବାଏ ଡିଡ୍’ ଓ ‘ୱକ୍ଫ ବାଏ ୟୁଜର’ରେ ନିଯୁକ୍ତି ମନା କରିଛନ୍ତି ସୁପ୍ରିମକୋର୍ଟ। ୱାକ୍ଫ ବୋର୍ଡରେ ଅଣମୁସଲିମ୍ ନିଯୁକ୍ତି ଉପରେ ରୋକ୍ ଲଗାଯାଇଛି । ଏହା ସହ ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ ଦାଖଲ ପର୍ଯ୍ୟନ୍ତ ୱାକଫରେ ଯଥା ସ୍ଥିତି ବଜାୟ ରହିବ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଜବାବ ଦାଖଲ ପର୍ଯ୍ୟନ୍ତ ୱାକଫ ସମ୍ପତ୍ତି ଉପରେ କିଛି ପରିବର୍ତ୍ତନ ହେବନି । ଅନ୍ୟାଦେଶ ଯାଏଁ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ମେ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଧିସୂଚିତ ହେବନି ଜଣାଇଲେ ସରକାର । ସୂଚନା ଯୋଗ୍ୟ; ୱକ୍ଫ (ସଂଶୋଧନ) ବିଲ୍ ଗତ ଅଧିବେଶନରେ ସଂସଦରେ ପାରିତ ହୋଇଥିଲା। ଏହି ବିଲ୍ରେ ୱକ୍ଫ ସମ୍ପତ୍ତିର ପରିଚାଳନା, ନିୟନ୍ତ୍ରଣ ଏବଂ ପରିଦର୍ଶନ ସମ୍ପର୍କିତ ବିଭିନ୍ନ ସଂଶୋଧନ ପ୍ରସ୍ତାବ ରହିଛି। ତେବେ, ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ଦେଖାଦେଇଛି। Post navigation ଓଡିଶା ଆସିବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର, ଶକ୍ତିକାନ୍ତ ଦାସ ଓଡ଼ିଶାକୁ ୪ ହଜାର କୋଟିର ପ୍ରକଳ୍ପ ଭେଟିଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ