ଆଜିଠୁ ଜୁନ୍ ୧୪ ତାରିଖ ଯାଏ ମାଛଧରା ଉପରେ ଲାଗିଲା କଟକଣା। ଆଗାମୀ ୬୧ ଦିନ ପାଇଁ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଏଇ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ତେବେ ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ। ଏହି ସମୟରେ ମାଛ ବଂଶ ବୃଦ୍ଧି ସମୟ ତେଣୁ ଯାଆଁଳା ସୁରକ୍ଷା ପାଇଁ ଆଜିଠୁ କଟକଣା ଲଗାଇଛନ୍ତି ସରକାର। ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି। କେବଳ ସାଢେ ୮ ମିଟର ଲମ୍ବ ପାରମ୍ପରିକ ଡଙ୍ଗାକୁ ଏହି କଟକଣାରୁ ବାଦ ଦିଆଯାଇଛି। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ, କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଏନେଇ ଚିଠି କରାଯାଇଛି। ତେବେ ମାଛଧରା ବନ୍ଦ ହେବା ପରେ ଏହି ସମୟରେ ବୋଟ୍ ଓ ଡଙ୍ଗା ଗୁଡିକର ମରାମତି କାମ ମଧ୍ୟ ଆରମ୍ଭ ହେବ। ଏହାସହିତ ମାଛଧରାଳିଙ୍କୁ ବନ୍ଦର ଯିବାକୁ ମଧ୍ୟ ବାରଣ କରାଯାଇଛି। ଯଦି ସରକାର ନିୟମକୁ କୌଣସି ମାଛଧରାଳୀ ଅବଜ୍ଞା କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ୍ ଆକ୍ଟ ବା ଓମ୍ଫ୍ରାର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। Post navigation ଧୁମଧାମରେ ରାଜ୍ୟରେ ପାଳନ ହେଲା ହନୁମାନ ଜୟନ୍ତୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିକୁ ଜାଳିଦେଲେ ଦୁର୍ବୃତ୍ତ