ଆଜି ସକାଳୁ ସକାଳୁ ପୁରୀରେ ଦେଖିବାକୁ ମିଳିଛି ଅଘଟଣ। ପ୍ରଥମେ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପଛପଟେ ଥିବା ପୁରୁଣା ବ୍ୟାରିକେଡରେ ନିଆଁ ଲାଗିଥିବା ବେଳେ ଏବେ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟୁରିଷ୍ଟ ବସ୍‌ । ପୁରୀର ମାଳତିପାଟପୁର ବସ୍‌ ଷ୍ଟାଣ୍ଡ ନିକଟରେ ଜଳିଗଲା ଟୁରିଷ୍ଟ ବସ୍‌ । ରାସ୍ତାରେ ଛିଡ଼ା ହୋଇଥିବାବେଳେ ଅଚାନକ ନିଆଁ ଲାଗିବା ସୂଚନା । ଖବର ପାଇ ପୋଲିସ ଓ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।

କେଉଁ କାରଣରୁ ବସ୍‌ରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *