ୱାକ୍ଫ ବିଲ୍ ସପକ୍ଷରେ ମତ ଦେଇଥିବା ଦଳୀୟ ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଚିଠି ଲେଖିଛନ୍ତି । ବିଜୁ ଜନତା ଦଳ ସର୍ବଦା ସଂଖ୍ୟାଲଘୁ ସଂପ୍ରାୟରେ ସ୍ୱାର୍ଥ ପାଇଁ କାର୍ଯ୍ୟ କରି ଆସୁଛି କିନ୍ତୁ ୱାକ୍ଫ ବିଲ୍ ସପକ୍ଷରେ ସସ୍ମିତଙ୍କ ଭୋଟ୍ ଏବଂ ସୋସିଆଲ ମିଡିଆରେ ସସ୍ମିତଙ୍କ ଦଳବିରୋଧୀ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି । ସସ୍ମିତଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପୀଡ଼ାଦାୟକ । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ହୃଦବୋଧ ହେଉଛି ବୋଲି ପ୍ରତାପ ଜେନା କହିଛନ୍ତି । ଦଳୀୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ସ୍ପଷ୍ଟୀକରଣ ମଗାଯିବା ସହ କେଉଁଠି ଦୋଷ ତୃଟି ରହିଲା ତାକୁ ତର୍ଜମା କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । Post navigation ୱାକଫ୍ କୁ ନେଇ ସସ୍ମିତଙ୍କୁ ଟାର୍ଗେଟ କଲେ ବଦ୍ରି ନାରାୟଣ ପାତ୍ର ୱାକଫ୍ ବିଲ୍କୁ ନେଇ ତାସ୍କେଣ୍ଟରୁ ଫେରିବା ପରେ ପ୍ରତିକ୍ରିୟା ଦେବେ କହିଲେ ସସ୍ନିତ ପାତ୍ର