ମାହାଙ୍ଗା ଥିଲା ଚର୍ଚ୍ଚାରେ । ବିଜୁଙ୍କ ମୁଣ୍ଡକାଟ ପରେ ପ୍ରତାପ- ସାରଦା କଳି ଏବେ ବି ଲାଗି ରହିଚି । ଆଗକୁ ବି ବଢିପାରେ । କିଏ କାହାକୁ କଉଁ ଢଙ୍ଗରେ ଚିତ୍ କରୁଚି, ତାହା ଦେଖିବାକୁ ବାକି ଅଛି । ଭିଡିଓ ଲଢେଇରେ ମାହାଙ୍ଗା ଉଠୁଚି ଓ ପଢୁଚି । ଜେନାମଣୀ ଏବେ ପାଣ୍ଡିଆନଙ୍କ ଅତି ପାଖ ଲୋକ ସାଜିଚନ୍ତି । ତାଙ୍କଠୁ କିଛି ଆଇଡିଆ ଆଣି ଛୋଟେ ସରକାରଙ୍କୁ ପାନେ ଦବାକୁ ଚେଷ୍ଟା କରୁ ନାହାଁନ୍ତି । କିନ୍ତୁ ସେ ଯେମିତି ନଭୁଲନ୍ତୁ ଯେ, ସେପଟେ ପ୍ରଧାନେ ବଡ ପ୍ରଧାନଙ୍କ ଛାତ୍ର ।

ମାହାଙ୍ଗା କଳି ଏଇଠି ଥାଉ। ଏବେ ସାଲେପୁରର ପାଳି ପଡିଚି । ମାହାଙ୍ଗାରେ ସିନା ବିଳଦ ନେତା ପ୍ରତାପଙ୍କ ସହ ଭିଡିଚନ୍ତି ସାଧୀନ ବିଧାୟକ, କିନ୍ତୁ ସାଲେପୁରରେ ଏହା ପିଓର ପଦ୍ମ କନ୍ଦଳ । ଗଲା ନିର୍ବାଚନରେ ସାଲେପୁର ଆସନଟି ଶଙ୍ଖ ହାତକୁ ଯାଇଥିଲା । ବହୁ କଷ୍ଟରେ ପଦ୍ମ ଦଳିଆ ପ୍ରାର୍ଥୀ ଯୋଗାଡ କରି ଅଭିନେତା ଅରିନ୍ଦମଙ୍କୁ ଟିକଟ ଦେଇଥିଲେ। ଯାହାଙ୍କୁ ଟିକଟ ଦବା ପାଇଁ ଦଳ ଭାବିଥିଲା, ଯିଏ ଜିଲା ସଭାପତି ବି ଥିଲେ ସେହି ପ୍ରକାଶ ବେହେରା ଶେଷ ବେଳକୁ ଶଙ୍ଖ ଫୁଙ୍କିବାକୁ ମନ କଲେ । ହାଓ୍ବା କଉଁ ଦିଗକୁ ବହୁଚି ଯଦି ନେତା ଜାଣି ପାରିବେ ନାହିଁ, ତେବେ ତାଙ୍କୁ କ’ଣ କୁହାଯିବ ? ଅସଲ ବେଳେ ଦଗା ଦେଇ ଶଙ୍ଖ ଦଳରେ ସାମିଲ ହେଲେ । କିନ୍ତୁ ସାଲେପୁର ଟିକଟ ପାଇଲେ ନାହିଁ । ଶିଶୁପାଳ ହେଇ କଟକ ଗଲେ। ସେଠାରେ ତୃତୀୟ ସ୍ଥାନରେ ରହିଲେ । ବୁଝି ପାରିଥିବେ ଯେ, କେତେବଡ ଭୁଲ ନକଲେ ! ଦଳ ଛାଡି ନଥିଲେ ପଦ୍ମ ବିଧାୟକ ହେଇପାରିଥାନ୍ତେ ସାଲେପୁରରୁ । ଏବେ କିନ୍ତୁ ଫେରିବା ପାଇଁ ଭାରି ଛକପକ ମନ।

ଅରିନ୍ଦମ ଛାନିଆ । ଲୋକ ପଠେଇଚନ୍ତି ମନମୋହନଙ୍କ ପାଖକୁ ଯେମିତି ନଫେରନ୍ତୁ ପ୍ରକାଶ । କିନ୍ତୁ ଏଣେ ତିନି ଜିଲା ପଦ୍ମ ସଭାପତି ଓ ତିନିଜଣ ପଦ୍ମ ବିଧାୟକ ହାଳର ପ୍ରକାଶଙ୍କ ଘରେ । ପ୍ରକାଶଙ୍କ ପିତୃ ବିୟୋଗ ବାହାନା । ଅସଲରେ ସମର୍ଥନ ଜଣାଇବା ପାଇଁ ଏହା ଏକ ଭଲ ଉଦ୍ୟମ। ଅରିନ୍ଦମ ଏରିଆ ସହ ବିଶେଷ ଯୋଗାଯୋଗରେ ରହୁନାହାଁନ୍ତି । ହିମାଂଶୁ ତାଙ୍କ ବେପାରରେ ଅଛନ୍ତି । ତେଣୁ ଭବିଷ୍ୟତ ଯୋଜନା ପାଇଁ ହୁଏତ ପ୍ରକାଶ ଦଳ ପାଇଁ ବଡ଼ ଆସେଟ୍ ହେଇପାରନ୍ତି । ଦେଖାଯାଉ ସାଲେପୁର ପଦ୍ମ କନ୍ଦଳ କେତେ ଘନଉଚି ?

Leave a Reply

Your email address will not be published. Required fields are marked *