ଚଳିତ ୨୦୨୫ ଜାନୁଆରୀ ମାସ ଥିଲା ଅପରାଧର ମାସ । ଚଳିତ ବର୍ଷ ଜାନୁଆରୀ ମାସରେ ୧୧୧ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ଆଜି ବିଧାନସଭା ଅଧିବେଶନ ପ୍ରଶ୍ନୋତ୍ତର କାଳରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦ଟି ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୧୯୪ଟି ସାଇବର ଅପରାଧ, ୬୫୫ଟି ଅସଦାଚରଣ, ୭୯ଟି ଯୌନ ନିର୍ଯାତନା, ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ଟି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି । ସେହିଭଳି ୨୦୧୪ ମସିହାରେ ୧୨୫୮ଟି ହତ୍ୟା, ୩୫୬ଟି ଡକାୟତି, ୧୭୮୦୫ଟି ଚୋରି, ୧୪୭୧ଟି ଦଙ୍ଗା, ୨୫୦୧ଟି ସାଇବର ଅପରାଧ, ୭୨୯୯ଟି ଅସଦାଚରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ଟି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ଓ ୩୬୫ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି । Post navigation ସାଂସଦଙ୍କ ନାଁରେ ରହିଛି ୨୨ ମାମଲା ବାହାର ରାଜ୍ୟରୁ ଓଡ଼ିଶାକୁ ଆସୁଛି ନକଲି ଔଷଧ