ସ୍କୁଲ କୋଠା ରଙ୍ଗ ବଦଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ସ୍କୁଲ ରଙ୍ଗ ନୁହେଁ, ବିଜେଡି ରଙ୍ଗ ପରିବର୍ତ୍ତନ କରିଛୁ । ଯାହା ପୂର୍ବରୁ ଥିଲା ସେହି ରଙ୍ଗ ଦିଆଯାଇଛି । ସ୍କୁଲରେ ରାଜନୀତି କରୁଥିଲେ ବିଜେଡି ସରକାର । ବିଜେଡି ସରକାର ଅଂହକାରୀ ସରକାର । ସବୁଠି ରଙ୍ଗ ବଦଳାଇଥିଲେ। ଯେଉଁଠି ଯେଉଁଠି ବିଜେଡିକରଣ କରାଯାଇଥିଲା ସେଠି ବଦଳାଯାଇଛି କିନ୍ତୁ ଆମେ ସ୍କୁଲ ପ୍ରତି ଆକର୍ଷଣ ବଢ଼ାଇବା ଅନୁସାରେ ରଙ୍ଗ ଦେଇଛୁ । ସୂଚନା ଯୋଗ୍ୟ ; ସରକାରୀ ସ୍କୁଲ ଓ ପିଏମ୍ଶ୍ରୀ ସ୍କୁଲର ରଙ୍ଗ ପରିବର୍ତ୍ତନ ନେଇ ଗତ ମାର୍ଚ୍ଚ ୪ରେ ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ବା ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯାହାକୁ ନେଇ ଏବେ ରାଜ୍ୟରେ ରଙ୍ଗ ରାଜନୀତି ଦେଖିବାକୁ ମିଳିଛି । Post navigation ଦେବ୍ରିଗଡ଼-ଭୀମମଣ୍ଡଳୀ-ହୀରାକୁଦକୁ ପର୍ଯ୍ୟଟନ ସର୍କିଟ ଭାବେ ଘୋଷଣା ପାଇଁ ଗଜେନ୍ଦ୍ର ସିଂହଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ମହାକୁମ୍ଭ ମେଳା କଲା ନାବିକଙ୍କୁ ମହାଧନୀ; ରୋଜଗାର କରିଛନ୍ତି ୩୦ କୋଟି ଟଙ୍କା