ଆଜି ସରୁଛି ମାଟ୍ରିକ ପରୀକ୍ଷା । ଶେଷ ଦିନରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଫେବ୍ରୁଆରି ୨୧ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା ଆଜି ଶେଷ ହେଉଛି। ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ପିଲା ମାଟ୍ରିକ ବୋର୍ଡ ପରୀକ୍ଷା ଦେଉଛନ୍ତି । ରାଜ୍ୟର ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଚାଲିଛି । ଶାନ୍ତି ଶୃଙ୍ଖଳାର ସହିତ ପରୀକ୍ଷା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କୁ କଡାକଡି ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯାଇଛି । ଏହା ସହ ମାର୍ଚ୍ଚ ୧୯ରୁ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆରମ୍ଭ ହେବ । ପ୍ରାୟ ୧୩ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ । ପରୀକ୍ଷା ଖାତା ମୂଲ୍ୟାଙ୍କନ ସରିବା ପରେ ଦଶମ ରେଜଲ୍ଟ ପ୍ରକାଶ ପାଇବ। Post navigation ଭିଜିଲାନ୍ସ ଜାଲରେ ଏସଟିଏ ଡେପୁଟି କମିଶନର ପ୍ରଦୀପ ମହାନ୍ତି ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ