ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ଅଫିସର ଜଗମୋହନ ମୀନା । ଡିସିପି ପିନାକ ମିଶ୍ରଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇଛନ୍ତି ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଜଗମୋହନ ମୀନା ।

ଆଇପିଏସ୍ ସ୍ତରରେ ବଡଧରରଣର ଅଦଳବଦଳ ହୋଇଛି । ଜଗମୋହନ ମୀନାଙ୍କୁ ଭୁବନେଶ୍ବର ଡିସିପି ନିଯୁକ୍ତ କରାଯାଇଥିବାବେଳେ କଟକ ଡିସିପି ଭାବେ ଖିଲାରି ରିଷିକେଶଙ୍କୁ ନିଯୁକ୍ତ କରାଯାଇଛି ।

ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଜଗମୋହନ ମୀନା କହିଛନ୍ତି ଅପରାଧ ତଦନ୍ତ ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ ଦିଆଯିବ । ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନା ସୁଦୃଢ଼ କରାଯିବ । ନବ ନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍‌କୁ ସୁଦୃଢ଼ କରାଯିବ । ଏହା ସହ ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ ।

Leave a Reply

Your email address will not be published. Required fields are marked *