ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ।କାଲି ସନ୍ଧ୍ୟା ୭ଟାରେ ଜୟଦେବ ଭବନରେ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବାକୁ ଚିଠି ଲେଖି ନିମନ୍ତ୍ରଣ ଦେଇଥିବା ସୁଚନା। ନବୀନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଲେଖା ହେଇଛି ଆସନ୍ତା ମାର୍ଚ୍ଚ ୫ ତାରିଖ ଦିନ ରାଜ୍ୟ ସରକାର ଓଡିଶାର ମହାନ୍ ବରପୁତ୍ର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ରାହରେ ପାଳନ କରୁଛନ୍ତି । ଏଥିପାଇଁ ସ୍ଥାନୀୟ ଜୟଦେବ ଭବନ ଠାରେ ମହାସମାରୋହ ମାର୍ଚ୍ଚ ୫ ତାରିଖ ଦିନ ସଂଧ୍ୟା ୭ ଟା ସମୟରେ ଏକ ରାଜ୍ୟ ସ୍ତରୀୟ ସଭାର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆପଣଙ୍କ ଗରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିବ । Post navigation ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍ତେଜନା ମାର୍ଚ୍ଚ ୫ରେ ଖୋଲା ରହିବ ରାଜ୍ୟର ସମସ୍ତ ସ୍କୁଲ