ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ । ୧୬ନଂ ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି। ବାଲି ଗାଡି ଗୁଡିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଚଢାଉ କରାଯାଇ ଗାଡ଼ିଗୁଡିକୁ ଜବତ କରାଯାଇଛି । ଗାଡ଼ିର ଡ୍ରାଇଭର ମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ । ସକାଳୁ ଅନ୍ୟ ଡ୍ରାଇଭରଙ୍କ ଦ୍ବାରା ଗାଡ଼ି ଗୁଡିକୁ ଅଣାଯାଇଥିଲା । ଫାଇନ୍ ଆଦାୟ ପରେ ଗାଡି ଗୁଡ଼ିକୁ ଛଡାଯିବ ବୋଲି ଜଣାପଡିଛି । କିନ୍ତୁ କାହା ନିର୍ଦ୍ଦେଶରେ ଏପରି ବେଆଇନ କାର୍ଯ୍ୟ କରାଯାଉଥିଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି । ଏହି ଚଢାଉ ବାଲେଶ୍ବର ଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀଙ୍କ ତତ୍ତ୍ୱାବଧାନରେ ସୋର ଆଡିସନାଲ ତହସିଲଦାର ଓ ଖଣି ଅଧିକାରୀଙ୍କ ସହଯୋଗରେ ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରାଯାଇଛି ଟ୍ରକକୁ ଜବତ କରାଯାଇଛି ।ଏହି ଚଢ଼ାଉରେ ସୋର ପୋଲିସର ମଧ୍ୟ ସହାୟତା ରହିଛି । Post navigation ଶିମିଳିପାଳ ସୁରକ୍ଷା ବାର୍ତ୍ତା ନେଇ ମିନି ମାରାଥନ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧