ମାର୍ଚ୍ଚ ୮ରେ ମହିଳାଙ୍କୁ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଦ୍ବିତୀୟ କିସ୍ତି ଟଙ୍କା। ଏନେଇ ଆଜି ବ୍ରହ୍ମପୁରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଘୋଷଣା କରିଛନ୍ତି । ସେ କହିଛନ୍ତି ଆନ୍ତର୍ଜାତିକ ମହିଳା ଦିବସରେ ସଶକ୍ତ ହେବେ ମହିଳା । ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଟଙ୍କା ।

ଏହା ସହ ଯେଉଁ ମହିଳା ମାନେ ଆଦୌ ଆବେଦନ କରିନାହାଁନ୍ତି ସେମାନେ ଯଦି ଏବେ ବି ଆବେଦନ କରନ୍ତି କି ଯେଉଁମାନେ ଆବେଦନ କରିଛନ୍ତି କିନ୍ତୁ ଟଙ୍କା ପାଇନାହାନ୍ତି ସେମାନଙ୍କୁ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ଅର୍ଥାତ ୧୦ ହଜାର ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *