ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଉପାସନାର ଏକ ସ୍ୱତନ୍ତ୍ର ଦିନ । ସାରା ଦେଶରେ ବିଭିନ୍ନ ଶିବ ମନ୍ଦିରରେ ଚାଲିଛି ଶିବ ଉପାସନା । ଏହି ସମୟରେ ଭୁବନେଶ୍ୱରର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ପୀଠରେ ଅତ୍ୟଧିକ ଭିଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି  ।  ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇ ୨ ମହିଳା ଭକ୍ତ ଆହତ ହୋଇଥିବା ଜଣାପଡିଛି ।  ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ବାର ନିକଟରେ ଠେଲାପେଲା ପରିସ୍ଥିତି ହୋଇଥିଲା।

ଅନ୍ୟପଟେ ଏହି ପରିସ୍ଥିତି ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଧିକାରୀ ମୁତୟନ ହେବେ । ଏହାସହ ଶ୍ରଦ୍ଧାଳୁଙ୍କ ଗମାନଗମନ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *