ଆଜି ହେଉଛି ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ଦ୍ୱିତୀୟ ଦିନ । ଶାସକ ବିଜେପି ସରକାର ଆଜି ଗୃହରେ ସିଏଜି ରିପୋର୍ଟ ଦାଖଲ କରିଛନ୍ତି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଗତକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ଆଜି ବିଧାନସଭା ଆରମ୍ଭରୁ ଗୃହରେ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟୋଗୋଳ । ଉପରାଜ୍ୟପାଳ ଅଭିଭାଷଣ ଦେବା ପରେ ବିରୋଧୀ ଆପ ଦଳ ବିଧାୟକ ମାନେ ହଙ୍ଗାମା କରିଥିଲେ । ଏଥିପାଇଁ ଆପ୍ ର ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି । ଏଥିସହ ବିରୋଧୀ ଦଳ ନେତା ଅତିଶିଙ୍କୁ ମଧ୍ୟ ଦିନକ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି ।

ଦ୍ବିତୀୟ ଦିନର ଅଧିବେଶନ ଆରମ୍ଭ ହେବା ମାତ୍ରେ ଆପ ବିଧାୟକମାନେ ବିଜେପି ସରକାର ବିରୋଧରେ ଜୋରଦାର ସ୍ଲୋଗାନ ଦେବାକୁ ଆରମ୍ଭ କରିଥିଲେ । ବାଚସ୍ପତି ବିଧାୟକମାନଙ୍କୁ ଶାନ୍ତ ରହିବା ପାଇଁ ଅନେକ ଅନୁରୋଧ କରିଥିଲେ । ହେଲେ ଉପରାଜ୍ୟପାଳଙ୍କ ଭାଷଣ ଦେବା ବେଳେ, କୌଣସି କଥା ନ ଶୁଣି, ବାଧା ସୃଷ୍ଟି କରି ଚାଲିଥିଲେ ଆପ୍ ବିଧାୟକ । ଫଳସ୍ୱରୂପ, ବାଚସ୍ପତି ବିଧାୟକମାନଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି । ସେପଟେ ନିଲମ୍ବିତ ହେବା ପରେ ବିଧାନସଭା ପରିସରରେ ଧାରଣା ଦେିଛନ୍ତି ଆତିଶୀଙ୍କ ସହ ଅନ୍ୟ ଆପ ନେତା ।

Leave a Reply

Your email address will not be published. Required fields are marked *