ଏମ୍ସରେ ସିବିଆଇ ରେଡ୍। ବିଭିନ୍ନ ପଦପଦବୀ ନିଯୁକ୍ତିରେ ବଡ଼ ଧରଣର ଘୋଟାଲା ନେଇ ଭୁବନେଶ୍ବର ଏମସ୍ରେ ହୋଇଛି ସିବିଆଇ ରେଡ୍। ରିକ୍ୟୁରମେଣ୍ଟ ସ୍କାମ୍ ନେଇ ରେଡ୍ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ । ଆଜି ୯ ଜଣିଆ ସିବିଆଇ ଟିମ ମାରାଥନ ରେଡ଼ ସହ ବ୍ୟାପକ ଖୋଲତାଡ଼ କରିଥିବା ଜଣାପଡିଛି। ଏହି ଚଢ଼ାଉରେ ମୋଟ୍ ୨୭ ଲୋକଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି। ଏହି ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ । ଅନ୍ୟପଟେ ଏହି ଚଢାଉରେ ନିଯୁକ୍ତ ସ୍କାମର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ବାକି ଏହି ସ୍କାମରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ସିବିଆଇ । ମିଳିଥିବା ସୂଚନା ଅନୁସାରେ ଏମ୍ସରେ ବିଭିନ୍ନ ପଦପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ବଡ ଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଗାଜିଆବାଦ ଓ ଗୋରଖପୁରର ଜାଲ ଡକ୍ୟୁମେଣ୍ଟ ଜରିଆରେ ଭୁବନେଶ୍ୱରର ୫ ଜଣ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭିଯୋଗ ହୋଇଛି । ଏହା ସହ ୭୭୫ଟି ପୋଷ୍ଟର ଜାଲ୍ ପ୍ରମାଣପତ୍ର ନେଇ ନିଯୁକ୍ତି କରାଯାଇଥିଲା । ସର୍ବ ଭାରତୀୟ ସ୍ତରରେ ଏମ୍ସରେ ନିଯୁକ୍ତି ପାଇଁ ପରୀକ୍ଷା କରାଯାଉଥିବା ବେଳେ ଭୁବନେଶ୍ୱର ଏମ୍ସ ନିଜସ୍ୱ ପରୀକ୍ଷା କରି ନିଯୁକ୍ତି ଦେଇଥିବା ଅଭିଯୋଗ ଆସିଛି। ପରେ ଏ ନେଇ ସିବିଆଇ ପକ୍ଷରୁ ଯାଞ୍ଚ କରାଯିବା ସହ ନିଯୁକ୍ତି ନେଇ ସ୍କାମ୍ ହୋଇଥିବା ଜଣାପଡିଥିଲା। ଏହାପରେ ଆଜି ସିବିଆଇର ଏକ ଟିମ୍ ଏମ୍ସରେ ଚଢାଉ କରିଥିଲା । Post navigation ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହୋହାଲ୍ଲା; ୪ ଯାଏଁ ଗୃହ ମୁଲତବି ଦେବଗଡ଼ରେ ସରକାରୀ ମୁଦ୍ରଣାଳୟକୁ ଅଧିକ କାର୍ଯ୍ୟକ୍ଷମ ଦାବି; ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦେଲେ ବିଧାୟକ