ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ନୂଆ ବିଜ୍ଞପ୍ତି ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଗୃହ ଓ ନଗର ନିର୍ମାଣ ବିଭାଗ ପକ୍ଷରୁ ଜାରି ଏହି ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ରେରା ଆଇନ ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟରେ ରେଜିଷ୍ଟ୍ରେସନ ସମସ୍ୟା ନଥିବା ନେଇ ସରକାର ବିଜ୍ଞପ୍ତି କରିଥିଲେ । କିନ୍ତୁ ଏବେ ଏହା ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ ୧ରେ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ଏହି ରହିତାଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ; ପୂର୍ବରୁ ୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ ପରିସର ଭୁକ୍ତ ବୋଲି ଯୁକ୍ତି ରଖି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିମଳେନ୍ଦୁ ପ୍ରଧାନ । ଏହାର ଶୁଣାଣି କରି ହାଇକୋର୍ଟ ନଗର ଉନ୍ନୟନ ବିଭାଗକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି । Post navigation ସ୍ତ୍ରୀର ମାନସିକ ନିର୍ଯ୍ୟାତନା ସହି ନ ପାରି ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ଆତ୍ମହତ୍ୟା ! ଦଳକୁ ଫେରିଲେ ନିସର୍ତ୍ତରେ ଗ୍ରହଣ: ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ