ଓଡ଼ିଆରେ ଗୋଟୋ ବୋଲି ଅଛି ଭଲା ରାମଚଣ୍ଡୀ ଭଲାରେ…। ସେ ଲାଇନଟି ଏଠି ଏହି ଘଟଣାରେ ଠିକ୍ ବସୁଛି। ଭଲା ଓସିଏ ଭଲାରେ ପ୍ରଭାସଙ୍କୁ ବାଦାମ ଧରାଇ ଭଲା ପାସ୍ ପାଇଁ ଗଲାରେ। ପ୍ରଭାସ ଆଚାର୍ଯ୍ୟ ହେଉଛନ୍ତି ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର । ସେ ମଧ୍ୟ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ। ରବିବାର ଦିନିକିଆ ମ୍ୟାଚ ପାଇଁ ଯେଉଁ ଲିଜେଣ୍ଡ ବକ୍ସ ହୋଇଥିଲା ସେଥିରେ ପ୍ରଭାସ ଆଚାର୍ଯ୍ୟଙ୍କୁ ସାମିଲ କରିଥିବାର ସୋସିଆଲ ମିଡିଆରେ ତାଙ୍କ ଫଟୋ ସହ ପ୍ରଚାର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ । ହେଲେ ଡ. ଆଚାର୍ଯ୍ୟ କହିଛନ୍ତି ମୁଁ କୌଣସି ପାସ୍, ଟିକେଟ୍ କିମ୍ବା ଗାଡିର ପାସ୍ ପାଇନାହିଁ ଓସିଏ ଯାହା ପ୍ରଚାର କରୁଛି ତାହା ଭୁଲ୍ । ୩ଦିନ ତଳେ ଦୁଇ ଜଣ ଫଟୋଗ୍ରାଫର ମୋ ପାଖ ପାଖରେ ପହଞ୍ଚି ଗୋଟିଏ ଛୋଟିଆ ଟ୍ରଫି ଓ ଦୁଇ ପ୍ୟାକେଟ୍ ବାଦାମ ଦେଇଥିଲେ। ମୁଁ ତାଙ୍କୁ ପଚାରିଲି ମ୍ୟାଚର ପାସ୍ ଓ ଟିକେଟ୍ ବାବଦରେ । ସେମାନେ କହିଲେ କିଛି ଜାଣନ୍ତି ନାହିଁ । ଅନ୍ୟମାନେ ଆପଣଙ୍କୁ ଯୋଗାଯୋଗ କରିବେ। ହେଲେ ମ୍ୟାଚ ସରିବା ୨୪ ଘଣ୍ଟା ହୋଇଗଲାଣି କେହି ଏଯାଏ ଯୋଗାଯୋଗ କରିନାହାନ୍ତି । ଜଣେ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରକାଶକ ଓ ମୁଦ୍ରାକରାଙ୍କୁ ଲିଜେଣ୍ଡ ଲାଉଜ୍ରେ ବସାଇଥିବାର ମିଛ ପ୍ରଚାର ଓସିଏ କରିଥିବାକୁ ନେଇ ଚାରିଆଡୁ ନିନ୍ଦା ହେଉଛି। Post navigation ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ଓସିଏକୁ ସରଳ ପ୍ରଶ୍ନ; ସନାତନ ପାଣି ଲିଜେଣ୍ଡ ନୁହଁନ୍ତି ?