ପ୍ରାୟ ୫ ବର୍ଷ ପରେ ଖସିଲା ରେପୋ ରେଟ୍ । ରେପୋ ରେଟ୍ରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଆଜି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସୂଚନା ଦେଇ କହିଛନ୍ତି ୫ ବର୍ଷ ପରେ ରେପୋ ରେଟ୍ରେ ପରିବର୍ତ୍ତନ ଆଣିଲା ଆରବିଆଇ । ଏହା ନୀତିଗତ ସୁଧ ହାରରେ ୦.୨୫ ପ୍ରତିଶତ ହ୍ରାସ କରିଛି। ଏବେ ପଲିସି ସୁଧ ହାର ପୂର୍ବରୁ ୬.୫ ପ୍ରତିଶତ ଥିବା ବେଳେ ଏବେ ୬.୨୫ ପ୍ରତିଶତକୁ ହ୍ରାସ ପାଇବ। ରେପୋ ହାର ହ୍ରାସ ଦ୍ଵାରା ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ମିଳିବ। ପ୍ରାୟ ୫ ବର୍ଷ ପରେ ଆରବିଆଇ ରେପୋ ହାର ହ୍ରାସ କରିଛି। ଶେଷ ଥର ପାଇଁ ୨୦୨୦ ମଇ ମାସରେ ରେପୋ ହାର ୦.୪୦% ହ୍ରାସ କରାଯାଇଥିଲା। ତଥାପି, ଏହା ପରେ ମେ ୨୦୨୨ ରେ ରେପୋ ହାର ବୃଦ୍ଧି କରାଯାଇଥିଲା। ରେପୋ ରେଟ୍ ଶେଷ ଥର ପାଇଁ ଫେବ୍ରୁଆରି ୨୦୨୩ରେ ପରିବର୍ତ୍ତନ କରାଯାଇଥିଲା। ସେତେବେଳେ ଏହାକୁ ୬.୫୦ ପ୍ରତିଶତ କୁ ବୃଦ୍ଧି କରାଯାଇଥିଲା। ସେବେଠାରୁ ଗତ ଏମ୍ପିସି ବୈଠକ ପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା। ଶେଷ ବୈଠକ ଡିସେମ୍ବର ୨୦୨୪ରେ ଅନୁଷ୍ଠିତ ହୋଇଥିଲା। Post navigation ଦୁର୍ନୀତିରେ ବୁଡ଼ିରହିଛି କଂଗ୍ରେସ; ରାଜ୍ୟସଭାରେ ଟାର୍ଗେଟ କଲେ ମୋଦୀ ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ