ଭୁବନେଶ୍ୱରରୁ ଠକ ଦମ୍ପତ୍ତି ଗିରଫ । ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଦ୍ୱାରା ଦମ୍ପତ୍ତି ଗିରଫ ହୋଇଛନ୍ତି । ଜାଲ ଡକ୍ୟୁମେଣ୍ଟ ଦେଇ ଲୋନ ନେବା ଅଭିଯୋଗରେ ଦମ୍ପତ୍ତି ଗିରଫ କରାଯାଇଥିବା ସୂଚନା ମିଳିଛି । ପଟିଆ ସୀତାନାଥ ରେସିଡେନ୍ସିରେ ରହୁଥିବା ଦମ୍ପତ୍ତି ଆଶୀର୍ବାଦ ପଟ୍ଟନାୟକ ଓ ମନୋଗ୍ୟାନ ପଟ୍ଟନାୟକ ଗିରଫ ହୋଇଛନ୍ତି । ଆଇସିଆଇସିଆଇ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟଙ୍କ ଏତଲା ଆଧାରରେ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । କିଛି ଜାଲ୍ ସେଲ୍ ଡିଡ , ଲୋନ ଡକ୍ୟୁମେଣ୍ଟ ଆଦି ଜବତ ହୋଇଛି । ଅଭିଯୋଗ ଅନୁଯାୟୀ, ଏହି ଦମ୍ପତି ଭୁବନେଶ୍ୱରରେ ଦୁଇଟି ଫ୍ଲାଟ ଏବଂ ଗୋଟିଏ ଡୁପ୍ଲେକ୍ସକୁ ବନ୍ଧକ ରଖି କଟକର ଆଇସିଆଇସିଆଇ ବ୍ୟାଙ୍କର ଲିଙ୍କ ରୋଡ୍ ଶାଖାରୁ ଠକେଇ କରି ୧.୫ କୋଟି ଟଙ୍କା ଋଣ ନେଇଥିଲେ । ଏହାର ପରେ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଜଣାପଡିଥିଲା ସେମାନେ ଏହା ପୂର୍ବରୁ ଇଣ୍ଡିଆନ୍ ବ୍ୟାଙ୍କ, ଅଶୋକ ନଗର ଶାଖାରେ ମଧ୍ୟ ଏହାକୁ ବନ୍ଧକ ରଖିଛନ୍ତି। ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ପୁଲିସ୍ ପାଖରେ ଏତଲା ଦେଇଥିଲେ । Post navigation ଜୟଦେବ ଜେନାଙ୍କୁ ମିଳିଲା ହତ୍ୟା ଧମକ ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ