ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିବା ସହ ଅଭିଯୋଗ ଗୁଡିକର ଶୀଘ୍ର ସମାଧାନ ନିମନ୍ତେ ନିର୍ଦ୍ଧାରିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା କିଛି ଦିବ୍ୟାଙ୍ଗଙ୍କ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହି ସମୟରେ ବୌଦ୍ଧ ଜିଲ୍ଲାର ଜଟିଳ ରୋଗରେ ପୀଡିତ ଝିଅ ପ୍ରତ୍ୟୁଷା ଗିରୀଙ୍କୁ ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚଲକ୍ଷ ଟଙ୍କା ତ୍ୱରିତ ସହାୟତା ଅନୁମୋଦନ କରି ତୁରନ୍ତ ଯୋଗେଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଆଜି ପର୍ଯ୍ୟନ୍ତ ୮୦୩୧ଟି ଦରଖାସ୍ତ ଆସିଲାଣି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ୮୦୩୧ଟି ଦରଖାସ୍ତ ମଧ୍ୟରୁ ୬୫୪୫ ଅଭିଯୋଗର ଶୁଣାଣି ଶେଷ ହୋଇଛି । ପ୍ରାୟ ୮୧ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି । ବେଶୀ ଖର୍ଚ୍ଚ କରି ଭୁବନେଶ୍ବର ନ ଆସି ପ୍ରଥମେ ଜିଲ୍ଲାପାଳଙ୍କୁ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *