ଆଜି ଜନସାଧାରଣଙ୍କ ପାଇଁ ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋମବାର ଲୋକଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି। ଭୁବନେଶ୍ୱର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସକାଳୁ ସକାଳୁ ଆସି ଅଭିଯୋଗକାରୀ ଭିଡ଼ ଜମାଇଥିଲେ । ଲୋକଙ୍କ ଅଭିଯୋଗ ଶୁଣିଥିବା ବେଳେ ଚିକିତ୍ସା ପାଇଁ ସରକାରଙ୍କୁ ସହାୟତା ମାଗିବା ଆଶାରେ ସେଠାକୁ ଆସୁଥିବା ୧୨ ବର୍ଷର ବାଳକର ସ୍ୱାସ୍ଥ୍ୟାବସ୍ଥା ବୁଝି ତୁରନ୍ତ ମେଡଠିକାଲ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଆମ୍ବୁଲାନ୍ସ ଯୋଗେ ଦିବ୍ୟାଙ୍ଗ ନାବାଳକକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ଜଣାପଡ଼ିଛି । ପ୍ରାଥମିକ ଟେଷ୍ଟ ପରେ ଚିକିତ୍ସା କରାଯିବ ଏବଂ ସମସ୍ତ ଚିକିତ୍ସା ଦାୟିତ୍ୱ ସରକାର ନେବେ ବୋଲି ସୂଚନା ମିଳିଛି । Post navigation ଆସନ୍ତା ୪ ତାରିଖରୁ ଆରମ୍ଭ ଖଣ୍ଡଗିରି ମେଳା ଅଭିଯୋଗ ପ୍ରକୋଷ୍ଠରେ ଜଟିଳ ରୋଗରେ ପୀଡିତ ଝିଅଙ୍କୁ ୫ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ