ଛଦ୍ମବେଶରେ ମଣ୍ଡି ବୁଲିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ । ଚାଷୀଙ୍କୁ ମଣ୍ଡିରେ ଶୋଷଣ କରାଯାଉଥିବା ଅଭିଯୋଗ ପରେ ମିଲରଙ୍କୁ ଧରିବାକୁ ଛଦ୍ମବେଶରେ ମଣ୍ଡି ବୁଲିଲେ ଜିଲ୍ଲାପାଳ । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍‌ନୀ ଛଟ୍‌ନୀ କରାଯାଉଛି । ଏଭିଳି ମିଲରଙ୍କୁ ଧରିବାକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଖୋଦ୍ ମଣ୍ଡିକୁ ଯାଇଥିଲେ । ଅଭିଯୋଗ ପରେ ଚାଷୀ ବେଶରେ ତନଖି କରିଛନ୍ତି । ସୋସାଇଟି ସମ୍ପାଦକଙ୍କ ବିରୋଧରେ ନେଲେ କାର୍ଯ୍ୟାନୁଷ୍ଠାନ । ଆଉ ମିଲରଙ୍କ ଆଖିରେ ଧୂଳି ଦେଇ ମଣ୍ଡି ଭିତରେ ପ୍ରବେଶ କଲେ ଏବଂ ଜାରି କଲେ କାରଣ ଦର୍ଶାଅ ନୋଟିସ୍ ।

ସୂଚନା ଯୋଗ୍ୟ; ଭଦ୍ରକ ଜିଲ୍ଲାରେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ନେଇ ଅଭିଯୋଗ ହୋଇଥିଲା । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍‌ନୀ ଛଟ୍‌ନୀ କରାଯାଉଛି । ଏଭିଳି ମିଲରଙ୍କୁ ଧରିବାକୁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଖୋଦ୍ ମଣ୍ଡିକୁ ଯାଇଥିଲେ । ଜିଲ୍ଲାପାଳ ଧାମନଗର କଟସାହି ସେବା ସମବାୟ ସମିତି ଦ୍ୱାରା ଖୋଲା ଯାଇଥିବା ମଣ୍ଡିରେ ପହଁଚିଥିଲେ । ଜିଲ୍ଲାପାଳ ହାଫ୍ ପ୍ୟାଣ୍ଟ ସାଙ୍ଗକୁ ମୁଣ୍ତରେ ଟୋପି ଏବଂ ମୁହଁରେ ମାସ୍କ ପିନ୍ଧିଥିଲେ। ଏହା ପରେ ଜିଲ୍ଲାପାଳ ଧାନ ବିକ୍ରି କରିବାକୁ କହିଥିଲେ । କିନ୍ତୁ ମିଲର୍ ୮ କେଜି କଟନୀଛଟନୀ ହେବ ବୋଲି କହିଥିଲେ । ଏହାପରେ ଜିଲ୍ଲାପାଳ ନିଜର ପ୍ରକୃତ ପରିଚୟ ସାମ୍ନାକୁ ଆଣିଥିଲେ । ସମିତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସୋସାଇଟି ସମ୍ପାଦକଙ୍କୁ ଏଆରସିଏସ୍ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *