ରାଜ୍ୟରେ ଲାଗୁ ହେବ ନୂଆ ଶିକ୍ଷା ନୀତି ( ନ୍ୟାସ୍‌ନାଲ ଏଗୁକେସନ ପଲିସି ବା ଏନ୍‌ଇପି ) । ଆଜିଠୁ ଆରମ୍ଭ ହୋଇଛି ଭୁବନେଶ୍ବରରେ ୩ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା । ଭୁବନେଶ୍ୱରସ୍ଥିତ ଲୋକସଭା ଭବନରେ କର୍ମଶାଳା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆସନ୍ତା ଏପ୍ରିଲରୁ ଆରମ୍ଭ ହେବ ଶିଶୁ ବାଟିକା । ୬୩ ହଜାର ସ୍କୁଲରେ ଖୋଲାଯିବ ଶିଶୁ ବାଟିକା । ଶିଶୁ ବାଟିକାରେ ୩ ବର୍ଷର ପିଲାଙ୍କ ନାଁଲେଖା ଯିବ । ଏଥିରେ ୩ରୁ ୫ବର୍ଷ ଯାଏ ପିଲାମାନେ ଶିଶୁ ବାଟିକାରେ ପଢ଼ିବେ । ନାଚ, ଗୀତ, ଖେଳ ମାଧ୍ୟମରେ ଶିଶୁବାଟିକାରେ ପଢ଼ାଯିବ ।

ଜାତୀୟ ଶିକ୍ଷା ନୀତିରେ ଓଡ଼ିଶାରେ ଓଡ଼ିଆ ଭାଷାରେ ଶିକ୍ଷା ଦିଆଯିବା ଦରକାର । ଏଥିରେ ଓଡ଼ିଶାର ବୀର ଗାଥା, ଧର୍ମ ନିରପେକ୍ଷତା ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର, ଓଡ଼ିଆଙ୍କ ବୌଦ୍ଧିକ କ୍ଷମତା, ପଠାଣି ସାମନ୍ତଙ୍କ ଗଣିତ ଶିକ୍ଷାର ଶିକ୍ଷା ଦାନ ହେବା ଦରକାର । ତେଣୁ ଆଗାମୀ ଏପ୍ରିଲ ମାସରେ ଏକ ଭଲ ଦିନ ସ୍ଥିର କରି ଶିଶୁ ବାଟିକା ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *