Saif Ali Khan Attacker have Bangladeshi link

ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଛୁରାମାଡ଼ ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଥାନେରୁ ଗିରଫ କରାଯାଇଛି ।

ଅଭିଯୁକ୍ତର ପ୍ରକୃତ ନାଁ ମହମ୍ମଦ ସରିଫୁଲ୍ ଇସ୍‌ଲାମ୍ ଶେହଜାଦ୍ । ଅଭିଯୁକ୍ତ ବାଂଲାଦେଶୀ ଅନୁପ୍ରବେଶକାରୀ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କ ପାଖରୁ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନାହିଁ ।

ସେ ନିଜର ପରିଚୟ ବଦଳାଇ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା । ଚୋରି କରିବାକୁ ସୈଫ୍‌ଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *