ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ, ଭାରତ ସରକାର ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ମଧ୍ୟରେ ଏମଓୟୁ ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ ଏହି ଯୋଜନା ଲୋକମାନଙ୍କୁ, ବିଶେଷକରି ନାରୀ ଶକ୍ତି ଓ ବରିଷ୍ଠ ନାଗରିକମାନଙ୍କୁ ସୁଲଭ ମୂଲ୍ୟରେ ଉଚ୍ଚମାନର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି :“ଓଡ଼ିଶାର ଲୋକମାନଙ୍କୁ ଅଭିନନ୍ଦନ ! ଏହା ଏକ ବିଡ଼ମ୍ବନା ଯେ ପୂର୍ବବର୍ତ୍ତୀ ସରକାର ମୋ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଆୟୁଷ୍ମାନ ଭାରତର ସୁବିଧା ପାଇବାରୁ ବଞ୍ଚିତ କରି ରଖିଥିଲେ ଏବଂ ଏହି ଯୋଜନା ସୁଲଭ ମୂଲ୍ୟରେ ଉଚ୍ଚମାନର ସ୍ବାସ୍ଥ୍ୟସେବାକୁ ସୁନିଶ୍ଚିତ କରିବ । ଏହା ବିଶେଷଭାବରେ ନାରୀ ଶକ୍ତି ଓ ବରିଷ୍ଠ ନାଗରିକମାନଙ୍କୁ ଉପକୃତ କରିବ ।” Post navigation ଶଙ୍ଖ ଭବନକୁ ରାଜ୍ୟ ସରକାର ନିଜ ଦଖଲକୁ ନିଅନ୍ତୁ :ଜଗନ୍ନାଥ ପ୍ରଧାନ ମକର ସଂକ୍ରାନ୍ତିରେ ଉପବାସ ରହିଲେ ମହାପ୍ରଭୁ ଲିଙ୍ଗରାଜ