ଚୀନରେ ବ୍ୟାପିଥିବା ଏଚଏମପିଭି ଭାଇରସ ଏବେ ଭାରତରେ ବ୍ୟାପିବାରେ ଲାଗିଛି । ଏହି ଏଚଏମପିଭି ଭାଇରସ ପାଇଁ କର୍ଣ୍ଣାଟକରେ ଆରମ୍ଭ ହେଲା ମାସ୍କ କଟକଣା । ବେଙ୍ଗାଲୁରୁରେ ୨ ଏଚଏମପିଭି ସଂକ୍ରମିତ ଚିହ୍ନଟ ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି କର୍ଣ୍ଣାଟକ ସରକାର । ଏହା ସହ ଆବଶ୍ୟକ ନଥିବା ବେଳେ ବାହାରକୁ ନ ଯିବା, ଭିଡ଼ ଏରିଆ ଠାରୁ ଦୂରେଇ ରହିବା, ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବାକୁ କର୍ଣ୍ଣାଟକ ସରକାର ପରାମର୍ଶ ଦେଇଛନ୍ତି।

ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି କହିଲା ସ୍ବାସ୍ଥ୍ୟ ବିଭାଗ । ଏହା ସହ ଏଚଏମପିଭି ଲକ୍ଷଣ ଥିଲେ ଗହଳି ସ୍ଥାନକୁ ଯିବା ବାରଣ କଲା ମହାରାଷ୍ଟ୍ର । ଛିଙ୍କ କାଶ ବେଳେ ପାଟି ଓ ନାକ କଭର କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ ଘଟଣାର ଭୟଭୀତ ନ ହେବାକୁ ଭାରତ ସରକାର ପରାମର୍ଶ ଦେଇଛନ୍ତି।

ଅନ୍ୟପଟେ ଏପର୍ଯ୍ୟନ୍ତ ଭାରତରେ ୪ଟି ପଜିଟିଭି ଚିହ୍ନଟ ହୋଇଛନ୍ତି, ଯେଉଁଥିରେ ଦୁଇ ଜଣ କର୍ଣ୍ଣାଟକର ବେଙ୍ଗାଲୁରୁରୁ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଗୁଜରାଟ ଅହମଦାବାଦରୁ ଓ ଜଣେ କଲିକତାରୁ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *