ରାଜ୍ୟରେ ଶୀତର ଲହରୀ ଜରିରହିଥିବ ବେଳେ ଏବେ ଆସୁଛି ଲଘୁଚାପ ବର୍ଷା। ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଉଛନ୍ତି । ଦକ୍ଷିଣ ଓ ଦକ୍ଷିଣ ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ସହ ୩ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ରାତି ତାପମାତ୍ରା । Post navigation ସର୍ଗିଫୁଲ ଉତ୍ସବ ୨୦୨୪ ଶୁଭାରମ୍ଭ କଲେ ମନ୍ତ୍ରୀ ରବି ନାରାୟଣ ନାଏକ ମହାକୁମ୍ଭ ମେଳା ଅବସରରେ ମାଗଣା ଯାତ୍ରା ଘଟଣା; ଏପ୍ରକାର ଖବର ମିଥ୍ୟା ଓ ବିଭ୍ରାନ୍ତିକର: ରେଳବାଇ