ମୋଦୀ ସରକାର କ୍ଷମତାକୁ ଆସିବା ପରେ ୨୦୧୬ରେ ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହୋଇଥିଲା ୟୁପିଆଇ (ୟୁନିଫାଏଡ଼୍ ପେମେଣ୍ଟ୍ସ ଇଣ୍ଟରଫେସ୍)। ଡିଜିଟାଲ ନେଣଦେଣକୁ ଗୁରୁତ୍ବ ଦେବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲାବେଳେ ସେବେଠାରୁ ଦେଶରେ ଡିଜିଟାଲ ପେମେଣ୍ଟସ ର ବ୍ୟବହାର ବଢିବାରେ ଲାଗିଛି । ଆଉ ଚଳିତ ବର୍ଷ ୟୁପିଆଇ ଦେଇ ପେମେଣ୍ଟ ସବୁ ରେକର୍ଡକୁ ଭାଙ୍ଗିଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ଜାନୁଆରୀରୁ ନଭେମ୍ବର ମଧ୍ୟରେ ୟୁପିଆଇ ମାଧ୍ୟମରେ ମୋଟ ୧୫,୫୪୭ କୋଟି ଟ୍ରାଞ୍ଜାକସନ୍ ହୋଇଛି। ଏହାର ମୋଟ ପରିମାଣ ହେଉଛି ୨୨୩ କୋଟିରୁ ଅଧିକ। ଏହା ସ୍ପଷ୍ଟ କରୁଛି ଯେ, ଭାରତୀୟମାନେ ଅନଲାଇନ୍ ପେମେଣ୍ଟ କାରବାରକୁ ଗୁରୁତ୍ବ ଦେଉଛନ୍ତି। ଅକ୍ଟୋବର ୨୦୨୪ ୟୁପିଆଇ ନିଜ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗି ସବୁଠୁ ଅଧିକ ଟ୍ରାଞ୍ଜାକସନ୍ର ନୂଆ କୀର୍ତିମାନ ସ୍ଥାପନ କରିଥିଲା। ସେହି ମାସରେ ମୋଟ ୨୩.୫୦ ଲକ୍ଷ କୋଟି ର କାରବାର ହୋଇଥିଲା। ଆଉ ନଭେମ୍ବର ମାସରେ ଏହା ୨୧.୫୫ ଲକ୍ଷ କୋଟିରେ ପହଞ୍ଚିଛି। ଯାହା ପୂର୍ବ ବର୍ଷର ଏହି ମାସ ତୁଳନାରେ ୨୪ ପ୍ରତିଶତ ଅଧିକ। Post navigation ପରଲୋକରେ ଜାକିର ହୁସେନ ସଂସଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ‘ପାଲେଷ୍ଟାଇନ’ ବ୍ୟାଗକୁ ନେଇ ଝଡ଼