ସୋମବାର ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଜିପିଏଲ୍ଏଫ୍ କର୍ମୀ ମୁହାଁଇଥିଲେ ଲୋୟର ପିଏମଜି । ନିଜର ହକ୍ ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ୯ମାସ ହେଲା ବିନା ଦରମାରେ ସରକାରଙ୍କ ପାଇଁ କାମ କରୁଥିଲା ବେଳେ ତୁରନ୍ତ ଦରମା ସହ ଅନ୍ୟ ୯ଟି ଦାବି ନେଇ ସେମାନେ ଗର୍ଜନ କରିଥିଲା ବେଳେ ତାଙ୍କୁ ସାଥି ଦେଇଥିଲା ବିଜୁ ଜନତା ଦଳ । ବିଜଦର ନେତାମାନେ ବିଧାନସଭା ଛାଡ଼ି ଏହି ଆନ୍ଦୋଳନରେ ସାମିଲ ହୋଇଥିଲାବେଳେ ଆନ୍ଦୋଳନରତ ମିଶନ ଶକ୍ତିର ଏହି ୬ ବର୍ଗର କର୍ମୀମାନଙ୍କୁ ଉସୁକାଇଥିଲେ । ଏହାର ଜବାବ ମଧ୍ୟ ରଖିଛି ଭାଜପା । ବିଧାନସଭାରେ ଏହି ପ୍ରସଙ୍ଗରେ ବିଜଦ ଓ ଭାଜପା ମୁହାଁମୁହିଁ ହୋଇଛନ୍ତି । ରାଜ୍ୟରେ ଗ୍ରାମ ପଞ୍ଚାୟତସ୍ତରରେ ବିଭିନ୍ନ ସାମାଜିକ କଲ୍ୟାଣ ପାଇଁ ପୂର୍ବତନ ସରକାର ୨୦୧୯ ମସିହାରେ କର୍ମୀମାନଙ୍କୁ ନିଯୁକ୍ତି ଦେଇଥିଲେ । ସ୍ଵଳ୍ପ ଦରମାରେ ସରକାରଙ୍କ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଥିବା ଏହି କର୍ମୀମାନଙ୍କୁ ଗତ ୯ ମାସ ଧରି ଦରମା ଦିଆାଇନାହି। ଏହାର ପ୍ରତିବାଦ କରି ଓଡ଼ିଶା ଜିପିଏଲଏଫ୍ କର୍ମୀ ପକ୍ଷରୁ ସୋମବାର ଦିନ ରାଜଧାନୀର ପିଏମଜି ଛକରେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ଏହି ସମାବେଶରେ ବିରୋଧୀ ବିଜଦର ବିଧାୟକମାନେ ଉପସ୍ଥିତ ରହି ସରକାରଙ୍କୁ ତୁରନ୍ତ ଜିପିଏଲଏଫ୍ କର୍ମୀମାନଙ୍କ ବକେୟା ଦରମା ପ୍ରଦାନ ସହ ସେମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ସଂଘ କର୍ମକର୍ରାଙ୍କ ସହ ବିଜଦ ବିଧାୟକମାନେ ଦାବି କରିଥିଲେ ଏହି ପ୍ରସଙ୍ଗ ନେଇ ବିଧାନସ ସଭାର ଶୂନ୍ୟକାଳରେ ବିରୋଧୀ ବିଜଦ ଓ ଶାସକ ଭାଜପା ମୁହାଁମୁହିଁ ସ୍ଥିତିରେ ପହଞ୍ଚିଥିଲେ। ପରିସ୍ଥିତି ପାଇଁ ବିଜଦକୁ ଭାଜପା ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ବେଳେ ବିଜଦ ଏହି ବର୍ଗର କର୍ମୀମାନଙ୍କ ପେଟପାଟଣା ବୁଝିବା ପାଇଁ ବର୍ତ୍ତମାନର ଲୋକଙ୍କ ସରକାର କାର୍ଯ୍ୟ କରୁ ବୋଲି ଗୃହରେ ମତ ରଖିଥିଲେ । Post navigation ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହୋଇଛି ଝିପିଝିପି ବର୍ଷା ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବିରୋଧୀ ସାଂସଦ