ଆଜି ଭୁବନେଶ୍ୱରରେ ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ଯର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ବିଜୁ ଜନତା ଦଳ ଶ୍ରମିକ ସାମୁଖ୍ୟ ସଭାରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି । ଶ୍ରମିକମାନେ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି । ଆପଣମାନଙ୍କର ତ୍ୟାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ । ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଆପଣମାନଙ୍କର, ଆମର ଶ୍ରମିକ ଭାଇ ଭଉଣୀ ମାନଙ୍କର ବିଶେଷ ଅବଦାନ ରହିଛି । ଆପଣମାନଙ୍କର ଏହି ଅବଦାନକୁ ମୁଁ ସମ୍ମାନ ଜଣାଉଛି । ମହାନ ଜନନାୟକ ବିଜୁ ବାବୁ ଶ୍ରମିକ ମାନଙ୍କର Minimum Wage ବୃଦ୍ଧି କରି ୧୯୯୦ ରେ ଇତିହାସ ସୃଷ୍ଟି କରିଥିଲେ । ବିଜୁ ଜନତା ଦଳ ସରକାର ସମୟରେ ଆପଣମାନଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ଆମ ସରକାର ନୂଆ ଯୁଗ ଆରମ୍ଭ କରିଥିଲା । ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କର ହକ୍ ପାଇଁ ଲଢେଇ କରି ଆସିଛି ଓ କରି ଚାଲିବ । । ଆପଣମାନେ ଖୁସିରେ ରହିଲେ, ଭଲରେ ରହିଲେ ମୁଁ ସବୁଠାରୁ ବେଶୀ ଖୁସି ହେବି । ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି ଓ ରହିଥିବି ଏବଂ ଶେଷ ପର୍ଯ୍ୟନ୍ତ ଆପଣମାନଙ୍କ କଲ୍ୟାଣ ପାଇଁ କାମ କରି ଚାଲିବି । Post navigation ରାଜ୍ୟରେ ବଢୁଛି ମଦ ବିକ୍ରି: ପୃଥ୍ବୀରାଜ ହରିଚନ୍ଦନ ବାଙ୍ଗିରୀପୋଷୀରେ ରେଳ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ