ଆୟବର୍ହିଭୂତ ସମ୍ପତ୍ତି ଜମା କରି ରଖିଥିବା ଅଭିଯୋଗରେ ଆଜି କେଉଁଝରରେ ଜଣେ ସହକାରୀ ଖଣି ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି।

ସର୍ଚ୍ଚ ଅପରେସନ ବେଳେ ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ନିକଟରୁ ଭୁବନେଶ୍ୱରର ୫୮୦୦ ବର୍ଗଫୁଟ ଅଞ୍ଚଳରେ ଥିବା ଗୋଟିଏ ଚାରି ମହଲା ବିଶିଷ୍ଟ କୋଠା, ଦୁଇଟି ବେନାମୀ ଫ୍ଲାଟ, ୧୪ ପ୍ଲଟ, ପାଞ୍ଚ ଏକରର ଗୋଟିଏ ଫାର୍ମ ହାଉସ, ସିଭିଲ୍ କାନଷ୍ଟ୍ରକସନ ଏବଂ ଅନ୍ୟାନ୍ୟ ସମ୍ପତ୍ତି ସମେତ ତିନୋଟି ବହୁ ମହଲା ବିଶିଷ୍ଟ ଅଟ୍ଟାଳିକାର ଆୟବର୍ହିଭୂତ ସମ୍ପତ୍ତି ଜବତ ହୋଇଛି।

ଏହା ସହ ୫୩ ଲକ୍ଷ ଟଙ୍କାରୁ ଅଧିକ ଜମା, ପ୍ରାୟ ୧ ଲକ୍ଷ ଟଙ୍କା ନଗଦ ଏବଂ ୩୦୦ ଗ୍ରାମ ସୁନା ପାଇଥିଲା, ଯାହାକୁ ସେ ସନ୍ତୋଷଜନକ ଭାବରେ ବ୍ୟାଖ୍ୟା କରିପାରିନଥିଲେ।

ତାଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଭିଜିଲାନ୍ସ କହିଛି।ଏହି ପରିପ୍ରେକ୍ଷୀରେ, ଦୁର୍ନୀତି ଅଧିନିୟମ ଅନୁଯାୟୀ ହୋତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଭିଜିଲାନ୍ସ।

By Nirvay

Leave a Reply

Your email address will not be published. Required fields are marked *