ଡିସେମ୍ବର ୩୧ ସୁଦ୍ଧା ଭାରତୀୟ ଜନତା ପାର୍ଟିର ନୂଆ ଅଧ୍ଯକ୍ଷ ନିର୍ବାଚିତ ହେବେ। ଏବେ ଅଧିକାଂଶ ରାଜ୍ୟରେ ଭାଜପା ସାଂଗଠନିକ ନିର୍ବାଚନ ଚାଲିଛି। ତେବେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଜଗତପ୍ରକାଶ ନଡ୍ଡାଙ୍କର କିଏ ହେବେ ଉତ୍ତରାଧୁକାରୀ ? ଏଥିପାଇଁ ଦୁଇଜଣଙ୍କର ନାମ ସର୍ବାଗ୍ରେ ଆଲୋଚିତ ହେଉଛି। ଜଣେ ହେଲେ ମହାରାଷ୍ଟ୍ର ହୀରୋ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ଦ୍ଵିତୀୟ ଜଣଙ୍କ ହେଲେ ହରିୟାଣା ହୀରୋ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହରିୟାଣା ନିର୍ବାଚନରେ ଭାଜପାର ନିର୍ବାଚନ ପ୍ରଭାରୀ ଥିଲେ ଧର୍ମେନ୍ଦ୍ର ପ୍ରଧାନ । ଗତ ବିଧାନସଭା ନିର୍ବାଚନରେ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଭାଜପା ସେଠାରେ ସରକାର ଗଢ଼ିଥିଲା। ସେଥିପାଇଁ ଓଡ଼ିଆ ପୁଅ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦିଆଯାଉଛି। ସଦ୍ୟ ସମାପ୍ତ ଅତ୍ୟନ୍ତ ଗୁରୁତ୍ଵପୂର୍ଣ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିଛି ମହାୟୁତି ମେଣ୍ଟ । ଏହି ମେଣ୍ଟକୁ ତିନି ଚତୁର୍ଥାଂଶ ଆସନ ମିଳିଛି । ଲଗାତାର ତୃତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି ଏକ ନମ୍ବର ଦଳ ହୋଇପାରିଛି। ଭୂପେନ୍ଦ୍ର ଏହି ରାଜ୍ୟ ପାଇଁ ଭାଜପାର ନିର୍ବାଚନ ପ୍ରଭାରୀ ଥିଲେ। ତାଙ୍କୁ ସହଯୋଗ କରୁଥିଲେ ଓଡ଼ିଶାର ରାଜ୍ୟସଭା ସଦସ୍ୟ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହାପୂର୍ବରୁ ଭୂପେନ୍ଦ୍ର ଓଡ଼ିଶାରେ ନିର୍ବାଚନ ପରିଚାଳନା ଦାୟିତ୍ଵରେ ଥାଇ ପ୍ରଥମ ଥର ଲାଗି ଭାଜପା ସରକାର ଗଠନରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ ଦେବେନ୍ଦ୍ର ଫଡନବିସଙ୍କ ନାମ ଚର୍ଚ୍ଚାରେ ଥିଲା । କିନ୍ତୁ ଏବେ ଧର୍ମେନ୍ଦ୍ର ଓ ଭୂପେନ୍ଦ୍ରଙ୍କ ମଧ୍ୟରୁ ଜଣେ କେହି ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ବୋଲି ଆଲୋଚନା ହେଉଛି। Post navigation ସୁଜାତା କାର୍ତ୍ତିକେୟନଙ୍କ ଛୁଟି ବୃଦ୍ଧି ଆବେଦନ ଅଗ୍ରାହ୍ୟ ସୁଜିତ ଯିବେ ଭାଜପାରୁ, ବିଜଦ ପାଇଁ ବାଜିଲା ବିପଦ ଘଣ୍ଟି