ଆସନ୍ତା ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିରେ ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଆସିବ । ଆଉ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଏହା ସହ ମାଲକାନଗିରି ଜିଲ୍ଲାର ଉପାନ୍ତ ବଣ୍ଡା ଘାଟିରେ ‘ସୁଭଦ୍ରା’ ଅପହଞ୍ଚ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇ କହିଛନ୍ତି ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ପାଖକୁ ଯିବେ ବିଭାଗୀୟ ଅଧିକାରୀ । ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ବ ଟଙ୍କା ପାଇ ସାରିଛନ୍ତି । ଆବେଦନ ସମସ୍ୟା ନେଇ ଅନ୍ୟମାନେ ପାଇବା ବିଳମ୍ବ ହୋଇଛି । ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଯୋଜନାରେ ସାମିଲ କରିବେ । ଏହା ସହ ଯାହା ସମସ୍ୟା ରହିଛି ତାହାକୁ ଦୂର କରିବେ ସରକାରୀ ଅଧିକାରୀ । ସୂଚନଯୋଗ୍ୟ; ମାଲକାନଗିରି ଜିଲ୍ଲାର ଉପାନ୍ତ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରେ ୧୫୨୨ ଜଣ ଆବେଦନ କରିଥିଲେ ମଧ୍ୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ବ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ବଣ୍ଡାଘାଟିରେ ଦୁଇଟି ପଞ୍ଚାୟତ ଥିବାବେଳେ ୩୧ଟି ଗାଁ ରହିଛି। ସୁଭଦ୍ରା ଯୋଜନାର ପଇସା ଖାତାକୁ ଆସିଚିକି ନାହିଁ ଜାଣିବା ପାଇଁ ବାରମ୍ବାର କିଏ ୧୫ କିଲୋମିଟର ତ ଆଉ କିଏ ୩୦ କିଲୋମିଟର ଘାଟି ଓହ୍ଲାଇ ଗ୍ରାହକ ସେବା କେନ୍ଦ୍ରରେ ଭିଡ ଜମାଉଛନ୍ତି।କିନ୍ତୁ ଅଧିକାଂଶଙ୍କର ନିଜର କେୱାଇସି ଅପଡେଟ୍ ଓ ଆଧାରରେ ତ୍ରୁଟି ଯୋଗୁ ଯୋଜନାରେ ଟଙ୍କା ଖାତାକୁ ଆସିପାରୁ ନାହିଁ।ସଚେତନତା ଅଭାବ ଯୋଗୁ ଏଭଳି ସମସ୍ୟା ସ୍ଥାନୀୟ ଲୋକେ ଭୋଗୁଥିବା ଅଭିଯୋଗ ପରେ ଉପମୁଖ୍ୟମନ୍ତ୍ରୀ ଏବେ ବଣ୍ଡା ଘାଟିରେ ସୁଭଦ୍ରା ଯୋଜନାରୁ ବଞ୍ଚିତ ମହିଳାଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ, ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । Post navigation ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ୫ ମାସ ମଧ୍ୟରେ ଓଡିଶାରେ ହୋଇଛି ୪୦ ହାତୀଙ୍କ ମୃତ୍ୟୁ