ବଲାଙ୍ଗୀର ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଲୋକଲୋଚନ କୁ ଆସିଛି | ଗତ ୧୬ ତାରିଖରେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ବାଟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ ଅଟକାଇ ତାଙ୍କ ପ୍ରତି ଦୁର୍ବ୍ଯବହାର କରିଥିଲା I ତାକୁ ଜାତିଆଣ ଆପେକ୍ଷ କରିବା ଓ ତା ମୁହଁରେ ଜୋର କରି ବିଷ୍ଠା ଖୁଆଇଦେବା ଭଳି ଅମାନବୀୟ କାଣ୍ଡ ଭିଆଇଥିଲା I ଯୁବତୀ ଜଣଙ୍କ ଚିତ୍କାର ଶୁଣି ତାର ବଡ଼ ମା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଯୁବକ ଜଣକ ତାଙ୍କୁ ମଧ୍ଯ ଦୁବ୍ୟବହାର କରିବା ସହିତ ତାଙ୍କୁ ତଣ୍ଟିଚିପି ମାରି ଦେବାକୁ ଚେଷ୍ଟା କରିଥିଲା I ଯୁବକ ଧମକ ମଧ୍ୟ ଦେଇଥିଲେ ଯେ କିଏ ବି କିଛି ଏହି ବିଷୟରେ ତାଙ୍କର କିଛି କରିପାରିବେ ନାହିଁ |ଯୁବତୀ ଓ ତାର ବଡ଼ ମାଙ୍କ ଦ୍ବାରା ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିବାର ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ |

ଏପରି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି | ରାଜ୍ୟ ରେ ବିଗତ କିଛି ଦିନ ଧରି ନାରୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି | ବିରୋଧୀ ବିଜେଡି ଦଳ ଏହି ଘଟଣା ରେ ବିଜେପି କୁ ନିନ୍ଦା କରିଛି | ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ଦିନଠାରୁ, ଦିନକୁ ଦିନ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର, ନିର୍ଯ୍ୟାତନା, ଶୋଷଣ, ଦମନ ଓ ନୃଶଂସ ଆଚରଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି |
ଆଦିବାସୀ ମାନଙ୍କ ଅଭିଯୋଗକୁ ସରକାର ଗୁରୁତ୍ବ ଦେଉ ନାହାନ୍ତି, ଯାହା ଫଳରେ ଅଭିଯୁକ୍ତମାନେ ଛାତି ଫୁଲାଇ ବାହାରେ ବୁଲୁଛନ୍ତି । ଆଦିବାସୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ବିଜେଡି କହିଛି |

Leave a Reply

Your email address will not be published. Required fields are marked *