ସମୟ ଆସିଲେ ବା ପାଇବାର ସମୟ ହେଲେ ତାହା ମିଳିବ ହିଁ ମିଳିବ। କେହି ତାହାକୁ ବଦଳାଇପାରିବେ ନାହିଁ। ତେବେ ସମୟକୁ ଚାହିଁ ବସିଲେ ରହିଲେ ନାହିଁ ବଡ଼ ଏକ ସଫଳତା ଓ ଲକ୍ଷ୍ୟରେ ପହଞ୍ଚିବା ସକାଶେ ଏକ ନିଷ୍ଠାପର ଉଦ୍ୟମର ଆବଶ୍ୟକ‌ତା ରହିଛି । ଲକ୍ଷ୍ୟ ହାସଲ କ୍ଷେତ୍ରରେ କେତେ ପ୍ରତିବଦ୍ଧ ସେହି ପ୍ରତିବଦ୍ଧତା ହିଁ ସ୍ଥିର କେବେ ପହଞ୍ଚିବେ ସେଠାରେ ।

ଶନିବାର ଦିନ ଚେନ୍ନାଇର ମେୟର ରାଧାକୃଷ୍ଣ ନାୟାର ହକି ଷ୍ଟାଡିୟମରେ ଇତିହାସ ରଚନା କରିଛି ଓଡ଼ିଶା ପୁରୁଷ ହକି ଦଳ। ଜାତୀୟ ଚମ୍ପିଆନ ହୋଇଛି ହରିଆନାକୁ ପରାଜିତ କରି ସିନିୟର ନ୍ୟାସନାଲରେ ଚମ୍ପିଆନ ଟ୍ରଫି ହାସଲ କରିବା ଓଡ଼ିଶା ପାଇଁ ଏହା ପ୍ରଥମ ଘଟଣା। ୬ ଜଣ ଅଲିମ୍ପିଆନ ଓଡ଼ିଶାରୁ ବାହାରିସାରିଥିବା ଅବସ୍ଥାରେ ଆମେ କିନ୍ତୁ ଜାତୀୟ ଚମ୍ପିଆନ ହୋଇପାରିନଥୁରୁ ଏପର୍ଯ୍ୟନ୍ତ। ଏହା ବଡ଼ ଆଶ୍ଚର୍ଯ୍ୟଜନକ। ଅବଶ୍ୟ ତା’ର ବଡ଼ କାରଣଟି ହେଉଛି ଅତୀତରେ ଜାତୀୟ ହକି ପ୍ରତିଯୋଗିତାରେ ଆମ ଓଡ଼ିଶାର ଟପ୍ ଖେଳାଳିମାନେ ନିଜ ନିଜ ବୃତ୍ତିଗତ ସଂସ୍ଥା ପକ୍ଷରୁ ଖେଳୁଥିଲେ। ସେମାନଙ୍କୁ ଓଡ଼ିଶା ପାଇଁ ଖେଳିବାର ସୁଯୋଗ ନଥୁଲା । ସେତେବେଳେ ରାଜ୍ୟ ଓ ବୃଦ୍ଧିଗତ ଦଳମାନେ ସାମିଲ ହେଉଥିଲେ ଗୋଟିଏ ପ୍ରତିଯୋଗିତାରେ। ଏବେ ପରିବର୍ତ୍ତିତ ବ୍ୟବସ୍ଥାରେ ରାଜ୍ୟ ଦଳମାନଙ୍କ ପାଇଁ ଦୂରିଗତ ସଂସ୍କାର ଖେଳାଳିମାନଙ୍କୁ ମିଳୁଛି ଅନୁପୂର୍ତ୍ତିତତାର ନେବା ପାଇଁ  ।

୨୦୧୬ ସିନିୟର ନ୍ୟାସନାଲରେ ଓଡ଼ିଶା ବ୍ରୋଞ୍ଜ ପଦକ ପାଇଥିଲା । ଅର୍ଥାତ୍ ସେ ବର୍ଷ ଫାଇନାଲରେ ପରାଜୟ ହେବା ପରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଟ୍‌ରେ ଜିତିଥିଲା ଓଡ଼ିଶା । ସେବର୍ଷ ଜାତୀୟ ପ୍ରତିଯୋଗିତା ଉତ୍ତରପ୍ରଦେଶର ମୁଲାୟମ ସିଂ ଯାଦବଙ୍କ ଗଡ ଭାବେ ଜଣାଶୁଣା ସୈଫରରେ ଅନୁଷ୍ଠିତ ହୋଇଥିଲା । ସେହି ବ୍ରୋଞ୍ଜ ବିଜୟୀ ଦଳରେ ସାମିଲ ଥିବା ଦୀପସାନ ତିର୍କୀ ଏଥର ଓଡ଼ିଶା ଦଳର ନେତୃତ୍ବ ନେଇ ଦଳକୁ ଚମ୍ପିଆନ କରାଇପାରିଛନ୍ତି । ଲିଜେଣ୍ଡ ମାଇକେଲ କିଣ୍ଡୋ, ଦୀଲିପ ତିର୍କୀ, ଲାଜରୁସ ବାର୍ଲା ଆଦିଙ୍କ ପରି ବଡ଼ବଡ଼ ହକି ତାରକାମାନ ଯାହା ଚେଷ୍ଟା କରି ହାସଲ କରିପାରି ନଥିଲେ ଏଥର ତାହା ହୋଇଛି। ୧୯୮୦ ମସିହା ସିନିୟର ନ୍ୟାସନାଲରେ ଓଡ଼ିଶା ସେମିଫାଇନାଲକୁ ଉଠିଥିଲା । କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ସେହି ପ୍ରତିଯୋଗିତାରେ ସେମି ଫାଇନାଲ ଓଡ଼ିଶା ଖେଳି ଥିଲା ଇଣ୍ଡିଆନ ଏୟାର ଲାଇନ୍ସ ବିପକ୍ଷରେ। ସେହି ଦଳ ଥିଲା ଏକପ୍ରକାର ଭାରତୀୟ ସିନିୟର ଦଳ।

୧୯୭୨ ମ୍ୟୁଜିକ୍‌ ଅଲିମ୍ପିକ୍‌ର ବ୍ରୋଞ୍ଜ ପଦକ ବିଜେତା ଏବଂ ୧୯୭୫ ହକି ବିଶ୍ୱକପ୍‌ର ଚମ୍ପିଆନ ଦଳର ସଦସ୍ୟ ଥିବା ମାଇକେଲ କିଣ୍ଡୋ ସର୍ଭିସେସ୍ ଦଳ ଛାଡି ସେଲରେ ଯୋଗଦାନ କରନ୍ତି । ରାଉରକେଲା ଷ୍ଟିଲପ୍ଲାଣ୍ଟରେ ତାଙ୍କର ନିଯୁକ୍ତି ହୁଏ। ତାଙ୍କରି ନେତୃତ୍ବରେ ଓଡ଼ିଶା ଦଳ ୧୯୮୦ରେ ଇଣ୍ଡିଆନ୍ସ ଏୟାର ଲାଇନ୍ସ ବିପକ୍ଷରେ ସଂଘର୍ଷ କରିଥିଲେ ମଧ୍ୟ ଡବଲ ଲେଗର ମୁକାବିଲାରେ ପରାଜିତ ହୋଇଥିଲା । ପ୍ରଥମ ଲେଗରେ ଓଡ଼ିଶା ୧-୨ରେ ହାରିଥିଲା । ସେହି ମ୍ୟାଚ୍ ଆଜି ବି ବଡ଼ ବିବାଦୀୟ ହୋଇରହିଛି। ଦ୍ବିତୀୟ ଲେଖରେ ଓଡ଼ିଶା ୦-୧ରେ ପରାଜିତ ହୋଇଥିଲା। ଏହାର ଦୀର୍ଘ ୧୩ବର୍ଷ ପରେ ୧୯୯୩ ମସିହାରେ ରାଜସ୍ଥାନର ବିକାନୀର୍ ଠାରେ ଅନୁଷ୍ଠିତ ସିନିୟର ନ୍ୟାସନାଲରେ ଗ୍ରେଗରୀ ମିଞ୍ଜୁଙ୍କ ନେତୃତ୍ୱରେ ଖେଳିଥିବା ଓଡ଼ିଶା ବଳ ସେମି ଫାଇନାଲରେ ସେହି ଇଣ୍ଡିଆନ ଏୟାରଲାଇନ୍ସ ପାଖରୁ ହାରିଥିଲା । ସେହି ଦଳରେ ଦୀଲିପ ତିର୍କୀ ମଧ୍ୟ ସାମିଲ ଥିଲେ।

ହକି ଇଣ୍ଡିଆର ବଦଳୁଥୁବା ନିୟମ ଯୋଗୁ ଏକାଧିକ ଦୂଭିଗତ ସଂସ୍ଥାରେ ଖେଳାଳି ଭାବେ ସକ୍ରିୟ ଥିବା ବହୁ ଉନ୍ନତମାନର ସିନିୟର ଖେଳାଳି ଏଥର ଓଡ଼ିଶା ଦଳରେ ସାମିଲ ଥିଲେ। ଭାରତୀୟ ଜୁନିୟର ଦଳର ନେତୃତ୍ବ ନେଇଥିବା ଏବଂ କିଛି ବର୍ଷରୁ ଭାରତୀୟ ସିନିୟର ଦଳର ଖେଳିଥୁବା ଡିଫେଣ୍ଡର ଦୀପସାନ ତିର୍କୀ ଏଥର ଥିଲେ କ୍ୟାପଟେନ । ଅତ୍ୟନ୍ତ କୁଶଳୀ ଦୁଇ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଏବଂ ସୁଦୀପ ଚିରମାକୋଙ୍କ ସହ ଅମନଦୀପ ଲାକ୍ରା ମଧ୍ୟ ଦଳରେ ଥିଲେ । କିଛି ପ୍ରମୁଖ ଯୁବ ତାରକାଙ୍କୁ ମଧ୍ୟ ସୁନ୍ଦର ମିଶ୍ରଣ ଭାବେ ସାମିଲ କରାଯାଇଥୁଲା ଦଳରେ । ଆଉ ଅନେକ ଦିନରୁ ଓଡ଼ିଶାରେ ହକି ପ୍ରତିଭା ତିଆରିରେ ଲାଗିଥିବା ବିଜୟ ଲାକ୍ରା ଓଡ଼ିଶା ଦଳର ମୁଖ୍ୟକୋଚ୍ ଦାୟିତ୍ବ ସମ୍ଭାଳି ଥିଲେ ଚେନ୍ନାଇ ଠାରେ। ଯଦି ଆମେ ମାଇକେଲ କିଣ୍ଡୋଙ୍କୁ ଆରମ୍ଭ ଧରିବା ତାହା ହେଲେ ଇତିମଧ୍ୟରେ ଦୁଇ ପୀଢି ଓଡ଼ିଶା ହକିର ଚାଲିଗଲେଣି। ଲିଜେଣ୍ଡ ମାନଙ୍କ ସମୟରେ ଯାହା ଆମେ ପାଇପାରିନଥିଲେ ଏବେ ଲିଜେଣ୍ଡ ହେବା ଦିଗରେ ଥିବା ଖେଳାଳି ମାନେ ହାସଲ କରାଇ ଆଣିଲେ ଏହି ବିରଳ ସଫଳତା।

Leave a Reply

Your email address will not be published. Required fields are marked *