ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ ମ୍ୟାନେଜର ସୁବାଷ ଚନ୍ଦ୍ର ପଣ୍ଡା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ପୁଲିସ୍ ହାଉସିଂ ୱେଲଫେଆର୍ କର୍ପୋରେସନ୍(ଓପିଏଚଡବ୍ଲ୍ୟୁସି) ବ୍ରହ୍ମପୁର ଡିଭିଜନ୍‌ର ଡେପୁଟି ଜେନେରାଲ୍ ମ୍ୟାନେଜର୍(ଡିଜିଏମ) ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସୁବାଷଙ୍କର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଆଇଗିଣିଆ ଶଙ୍କରପୁରସ୍ଥିତ ମହାଦେବ ବିହାରରେ ଥିବା ଘର, ମଞ୍ଚେଶ୍ୱର ଥିବା ଘର, ବ୍ରହ୍ମପୁର ଖାରବେଳ ନଗରରେ ଥିବା ଭଡ଼ା ଘର ଏବଂ ମେଡ଼ିକାଲ ବ୍ୟାଙ୍କ କଲୋନୀରେ ଥିବା କାର୍ଯ୍ୟଳୟରେ ଯାଞ୍ଚ କରୁଛି ଭିଜିଲାନ୍ସ ।

ଏ ପର୍ଯ୍ୟନ୍ତ ଡିିଜିଏମ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଆଇଗିଣିଆରେ ୩ ମହଲା କୋଠା, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡା ବାଲିଯାତ୍ରା ପଡିଆ ନିକଟରେ ୨ ମହଲା କୋଠା, ଭୁବନେଶ୍ୱରରେ ୪ଟି ବହୁମୂଲ୍ୟ ପ୍ଲଟ, ଏକ କେଜିରୁ ଅଧିକ ସୁନା ଠାବ ହୋଇଛି । ୧୩ ଲକ୍ଷ ନଗଦ ଟଙ୍କା, ଗୋଟିଏ କ୍ରେଟାଓ ଆଉ ଗୋଟିଏ ବେନାମୀ କାର ଠାବ ହୋଇଛି । ଏବେ ବି ଡିଜିଏମଙ୍କ ଅନେକ ଠିକଣାରେ ଚଢଉ ଜାରି ରହିଛି ।

ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *