ମହାରାଷ୍ଟ୍ର ତଡବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ ଆଜି ଶିମିଳିପାଳକୁ ଆସିଛି ବାଘୁଣୀ ଜିନ୍ନତ। ଆଜି ସକାଳ ୯ଟାରେ ବାଘୁଣୀ ଜିନତକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଜିନତ୍‌କୁ ଛଡାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ମେଲାନିଷ୍ଟିକ୍‌ ବା କଳା ମହାବଳ ବାଘଙ୍କ ବଂଶ ବୃଦ୍ଧି ହେଉଥିବାରୁ ଏହା ଉପରେ ରୋକ୍‌ ଲଗାଇ ସ୍ୱାଭାବିକ ମହାବଳ ବାଘର ବଂଶ ବିସ୍ତାର ପାଇଁ ମହାରାଷ୍ଟ୍ରରୁ ପ୍ରଥମେ ଯମୁନାକୁ ଅଣାଯାଇଥିବା ବେଳେ ଶିମିଳିପାଳକୁ ଆସିଛି ନୂଆ ଅତିଥି ଜିନତ୍‌।

ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନତର ବୟସ ୩ବର୍ଷ। ବର୍ତ୍ତମାନ ବାଘୁଣୀ ଜିନତ୍‌ ସଫ୍ଟ ଏନକ୍ଲୋଜରରେ ସ୍ବାଭାବିକ ଭାବେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ସପ୍ତାହ ପାଖାପାଖି ସଫ୍ଟ ଏନକ୍ଲୋଜର ଭିତରେ ବାଘୁଣୀ ରହିବା ପରେ ପିସିସିଏଫ୍‌ଙ୍କ ନିର୍ଦ୍ଦେଶକ୍ରମେ ଟ୍ରାପଚିପ୍‌ ଲଗାଯାଇ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଛଡ଼ାଯିବ ବୋଲି ସୂଚନା ମିଳିଛି।

୧୩ ନଭେମ୍ବରରୁ ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ବାଘୁଣୀକୁ ରାୟପୁର, ସମ୍ବଲପୁର, ଯଶିପୁର ଦେଇ ଶିମିଳିପାଳକୁ ଅଣାଯାଇଛି ।

 

Leave a Reply

Your email address will not be published. Required fields are marked *