ସହିଦ ନଗର ଥାନା ସମ୍ମୁଖରେ ୫୦ ହଜାର ଟଙ୍କା ଦାଦାବଟି ମାଗିବା ପଡ଼ିଲା ମହଙ୍ଗା । ଗିରଫ ହେଲେ ବିଜେପି ନେତା ଇତିଶ ପ୍ରଧାନ। ଦାଦାବଟି ମାଗିବା ଏବଂ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୂର୍ବତନ ଏନଏସୟୁଆଇ ରାଜ୍ୟ ସଭାପତି ତଥା ବର୍ତ୍ତମାନର ବିଜେପି ନେତା ଇତିଶ ପ୍ରଧାନଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଇତିସଙ୍କ ସମେତ ବିପ୍ଳବ ପରିଡ଼ା ଓ ଅର୍ପଣ ମିଶ୍ର ମଧ୍ୟ ଗିରଫ ହୋଇଛନ୍ତି। ଦୁଇ ଅଭିନେତାଙ୍କ ଝଗଡାରେ ମଧ୍ୟସ୍ଥି ସାଜିଥିଲେ ଇତିଶ୍ ପ୍ରଧାନ। ଅଭିଯୋଗକାରୀ ୟୁଟ୍ଯୁବର ସରୋଜ କୁମାର ମିଶ୍ର ଓରଫ ତପି ମିଶ୍ରଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନଯୋଗ୍ୟ; ଗତ ୯ ତାରିଖ ରାତିରେ ଇତିଶ ପ୍ରଧାନ, ବିପ୍ଲବ ପରିଡା, ଅର୍ପଣ ମିଶ୍ର ଅଭିଯୋଗକାରୀ ସରୋଜଙ୍କୁ କଲ୍ କରିବା ସହ ନିଜକୁ ସହିଦ ନଗର ଥାନାର ଥାନାଧିକାରୀ ପରିଚୟ ଦେଇ ଥାନାକୁ ଆସିବା ଲାଗି କହିଥିଲେ। ସେ ଥାନାରେ ପହଞ୍ଚି ଗାଡିରୁ ଓହ୍ଲାଇବା କ୍ଷଣି ଅଭିଯୁକ୍ତମାନେ ତାଙ୍କ ମୁହଁରେ କାଳିମାଡ କରିବା ସହ ଭୁଜାଲି ଓ ଭଙ୍ଗା କାଚ ବୋତଲରେ ମରଣାନ୍ତକ ଆକ୍ରମଣ କରିଥିଲେ।

ପୂର୍ବ ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାଯାଇଛି। ଘଟଣାର ୫ ଦିନ ପୂର୍ବରୁ ସେମାନେ ଅଭିଯୋଗକାରୀଙ୍କୁ ଦାଦାବଟି ମାଗିଥିଲେ। ଅଭିଯୁକ୍ତ ବିପ୍ଲବଙ୍କ ନାମରେ ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ଇତିଶଙ୍କ ନାମରେ ବି ବିଭିନ୍ନ ଥାନାରେ ୫ଟି ମାମଲା ରହିଛି। ଇତିଶ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *