ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସହ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନାର ସମ୍ଭାବନା ରହିଛି। ଉପକୂଳ ସମେତ ଓ ମୟୂରଭଂଜ, କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତାକାଲି ଗଂଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ମଧ୍ଯ ହାଲୁକା ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ସେହିପରି ୧୩ ଏବଂ ଆଗାମୀ ଦିନରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୫ ତାରିଖ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର ଶୀତର ପ୍ରକୋପ ବଢ଼ିବାର ସମ୍ଭାବନା ରହିଛି। ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।

ଅନ୍ୟପଟେ ଆଜି ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳର ପାଗ କୋହଲା ଥିବା ଦେଖିବାକୁ ମିଳିଛି। ଏହା ସହ ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ରାଜ୍ୟ ପାଇଁ ବଡ ବର୍ଷା ଏବଂ ଚେତାବନୀ ନଥିବା କହିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *