ବଲାଙ୍ଗିର ଜିଲ୍ଲା ବେଲପଡା଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦାଦନ ଶ୍ରମିକ ଚାଲାଣ ହଟେଇ ଦେବି ବୋଲି ତାଙ୍କ ବକ୍ତବ୍ୟରେ କହିଲା ପରଠାରୁ ଶ୍ରମ ବିଭାଗ ଓ ମଣିଷ ବେପାରୀ ଦାଦନ ଶ୍ରମିକ ସର୍ଦ୍ଦାରମାନଙ୍କ ମୁଣ୍ଡ ବିନ୍ଧା ବଢ଼ି ଯାଇଛି । ମଣିଷ ବେପାର ବା ଦାଦନ ଶ୍ରମିକ ଚୋରା ଚାଲାଣ ରାତାରାତି କୋଟିପତି ପାଲଟି ଯାଉଥିଲେ ସର୍ଦ୍ଦାରମାନ । ବଲାଙ୍ଗିର ଶ୍ରମ ବିଭାଗର ଦାଦନ ଶ୍ରମିକ ସର୍ଦ୍ଦାରମାନଙ୍କ ଲମ୍ବା ତାଲିକା ରହିଥିବାବେଳେ ସମସ୍ତଙ୍କ ଯୋଗାଯୋଗ ନମ୍ବର ମଧ୍ୟ ରହିଛି। ଫଳରେ ଦାଦନ ଶ୍ରମିକ ଚୋରା ଚାଲାଣର ସ୍ଵାଦ ଶ୍ରମବିଭାଗ ପ୍ରତି ବର୍ଷ ଚାଖି ସାରିଛି। ମା, ମାଟି ଛାଡ଼ି ବାହାରକୁ ଯାଇ ହାଡ଼ଭଙ୍ଗା ପରିଶ୍ରମ କରି ଦାଦନ ଶ୍ରମିକ ସେହି ଦୁଃଖୀ ଦରିଦ୍ର ଜୀବନଯାପନ କରୁଛନ୍ତି । କୌଣସି ପ୍ରକାଶ ଦୁର୍ଘଟଣା ଘଟିଲେ ଶ୍ରମିକମାନଙ୍କୁ କ୍ଷତିପୂରଣ ମଧ୍ୟ ମିଳୁନାହିଁ । କାହାର ଶବ ଫେରୁଛି ଟା କାହାର ପତା ମିଳୁନାହିଁ ।ଏହି ସବୁ ଘଟଣା ଘଟିଥିଲେ ମଧ୍ୟ ଗତ ସରକାର ତଦନ୍ତ ବି କରାଇଲେ ନାହିଁ । ବର୍ତ୍ତମାନର ସରକାର ନିଶ୍ଚିତ ଭାବେ ସେ ଶୁଣିବେ ବୋଲି ରାଜ୍ୟବାସୀ ସମସ୍ତେ ବିଶ୍ଵାସ ରଖୁଛନ୍ତି । Post navigation କାନାଡାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିନ୍ଦା ଇସ୍କନ କୁ ପୁରୀ ଗଜପତି ମହାରାଜ ଙ୍କ ଚେତାବନୀ