ଝୋଟ ବ୍ୟାଗ୍ ଦୁର୍ନୀତି ପ୍ରଘଟ ହେଲେ ମୋହନ ସରକାର ଭାଙ୍ଗିଯିବ କି ? ଯଦି ଏଭଳି ସାମାନ୍ୟତମ ଆଶଙ୍କା ନାହିଁ, ତେବେ ମୋହନ ସରକାରଙ୍କର ଅଫିସରମାନେ ଏ ସଂକ୍ରାନ୍ତ ତଥ୍ୟ ଲୁଚାଉଛନ୍ତି କାହିଁକି ? ଅନ୍ୟ ଅର୍ଥରେ ନବୀନ-ପାଣ୍ଡିଆନ ସରକାରଙ୍କ ଦୁର୍ନୀତିକୁ କାହିଁକି ଘଣ୍ଟ ଘୋଡ଼ାଉଛନ୍ତି ମୋହନ ସରକାର ? ବଡ଼ ଆଚମ୍ବିତ କଥା ! ସୂଚନା ଅଧିକାର କର୍ମୀ ହୃଦାନନ୍ଦ କୋଡ଼ମାସିଂହ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ଯୋଗାଣ ନିଗମକୁ ଝୋଟ ବ୍ୟାଗ୍ ସମ୍ପର୍କରେ କିଛି ତଥ୍ୟ ମାଗିଥିଲେ। ଅତି ସରଳ ତଥ୍ୟ ମାଗିଥିଲେ ହୃଦାନନ୍ଦ । ଝୋଟ ବ୍ୟାଗ୍ କିଣିବା ପାଇଁ କିପରି ନିଷ୍ପତ୍ତି ନିଆଗଲା ? ଯେଉଁ ସଂସ୍ଥାକୁ ବଛାଗଲା, ସେହି ସଂସ୍ଥାଗୁଡ଼ିକ ସହ ବୁଝାମଣାର ନକଲ, କ୍ରୟ ଆଦେଶର ନକଲ, କେଉଁ କମ୍ପାନୀ କେତେ ଝୋଟ ବ୍ୟାଗ୍ ଯୋଗାଇଛନ୍ତି କେଉଁ ଜିଲ୍ଲାକୁ କେତେ ସଂଖ୍ୟାରେ ବ୍ୟାଗ ଦିଆଯାଇଛି, ଏହାକୁ କିଭିଳି ବିନିଯୋଗ କରାଯାଇଛି ଏବଂ ଜିଲ୍ଲା ଓ ରାଜ୍ୟସ୍ତରରେ ବ୍ୟାଗ୍ ବଣ୍ଟନ ଦାୟିତ୍ଵରେ କେଉଁ କେଉଁ ଅଧିକାରୀମାନେ ଥିଲେ ? କିନ୍ତୁ ରାଜ୍ୟ ଯୋଗାଣ ନିଗମ ପିଆଇଓ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି । ଏହା କୁଆଡ଼େ ଗୋପନୀୟ ତଥ୍ୟ । ସୂଚନା ଅଧିକାର ଆଇନ ଲାଗୁ ହେବା ପରେ ଏଭଳି ଜବାବ କେବେ କୌଣସି ସରକାର ଦେଇଥିବା ନଜର ନାହିଁ । ବ୍ୟାଗ୍ କିଣିବା ସଂକ୍ରାନ୍ତ ସରକାରୀ ନିଷ୍ପଭି ଗୋପନୀୟ କିପରି ହେଲା ? ଏଭଳି ଉଦ୍ଭଟ ବିତଣ୍ଡା ଯୁକ୍ତି ମୋହନ ସରକାରଙ୍କ ଅଧିକାରୀମାନେ କିଭଳି ବଢ଼ୁଛନ୍ତି ? ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ତାହା ହେଲା, ଜିରୋ ଟଲରେନ୍ସ କଥା କହୁଥୁବା ମୋହନ ସରକାର ବ୍ୟାଗ୍ ଦୁର୍ନୀତିର ପରଦା ଫାସ୍ କରିବା ପରିବର୍ଭେ ଏହାକୁ ଢାଙ୍କି ଦେବାକୁ ଉଦ୍ୟମ ଚଳାଇଛନ୍ତି । ଭାଜପା ସରକାର କାହାକୁ ଘଣ୍ଟ ଘୋଡ଼ାଉଛି ? ବୀରବିକ୍ରମ ଯାଦବ ନା ଭିକେ ପାଣ୍ଡିଆନ ? Post navigation ଓଡିଶାରେ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ୬ଟି ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାନାଡାର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିନ୍ଦା