ଦିଲ୍ଲୀର ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସ୍କୁଲ୍‌ କ୍ୟାମ୍ପସ୍‌ ବାହାରେ ହେଲେ ବିସ୍ଫୋରଣ । ବୋମା ବିସ୍ଫୋରଣ ପରେ ଘଟଣାସ୍ଥଳରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିସ୍ଫୋରଣ ଯୋଗୁଁ ନିକଟରେ ଛିଡ଼ା ହୋଇଥିବା ଗାଡ଼ି ଓ ଘରର କାଚ ମଧ୍ୟ ଭାଙ୍ଗି ଯାଇଛି । ସେହିପରି କିଛି ଲୋକଙ୍କ ଘର ଝରକା କାଚ ମଧ୍ୟ ଭାଙ୍ଗିଯାଇଛି । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଅନ୍ୟପଟେ ବିସ୍ପୋରଣ ପରେ ରୋହିଣୀ ଡିସିପି ଅମିତ୍ ଗୋଏଲଙ୍କ ସୂଚନା ଅନୁଯାୟୀ ଦେଇ କହିଛନ୍ତି ବିସ୍ଫୋରଣର କାରଣ ଜାଣିବାକୁ ବୋମା ଏକ୍ସପର୍ଟଙ୍କୁ ଡକାଯାଇଛି । ବିସ୍ଫୋରଣ କାରଣ ବର୍ତ୍ତମାନ ସମୟରେ ଅସ୍ପଷ୍ଟ ରହିଛି । ଧମାକାର କେନ୍ଦ୍ରବିନ୍ଦୁ ଜାଣିବା ପାଇଁ ଦିଲ୍ଲୀ ପୋଲିସ ଯାଞ୍ଚ କରୁଛି । ବିଶେଷଜ୍ଞ ଟିମଙ୍କ ତଦନ୍ତ ପରେ ଏହାର କାରଣ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି । ଦିଲ୍ଲୀ ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛି । ଫରେନ୍ସିକ୍ ସାଇନ୍ସ ଲବରେଟୋରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଫଏସଏଲ ଟିମ୍ ଏହା କେଉଁ ପ୍ରକାରର ବିସ୍ଫୋରଣର ବୋଲି ଜାଣିବାକୁ ଚେଷ୍ଟ କରୁଛି । ତେବେ ଏହା କେଉଁ ପ୍ରକାରର ବିସ୍ଫୋରଣ ଓ ଏହାର ଉତ୍ସ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଖୁବଶୀଘ୍ର ବିସ୍ଫୋରଣକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ।

Leave a Reply

Your email address will not be published. Required fields are marked *