ରବି ଟକିଜ୍ ଛକରେ ଥିବା ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ଚାଲିଛି ସେକ୍ସ ରାକେଟ୍ । ରବି ଟକିଜ୍ ସ୍ଥିତ ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ହେବା ପରେ ବଡଗଡ ପୋଲିସ୍ ସ୍ପା ଉପରେ ଚଢାଉ କରିଛି । ଚଢାଉ ପରେ ସେଠାରେ ସେକ୍ସ ରାକେଟ୍ ଚାଲିଥିବାର ପ୍ରମାଣ ମିଳିଛି ।ଚଢ଼ାଉ ବେଳେ ସେଲୁନ୍ ଆଣ୍ଡ୍ ସ୍ପାରୁ ଆପତ୍ତିଜନକ ଜିନିଷ ଠାବ କରିବା ସହ ପୋଲିସ୍ କିଛି ଯୁବକ, ୨ ଯୁବତୀ ଉଦ୍ଧାର କରିଛି । ପୁଲିସ ସେଲୁନ୍ ଆଣ୍ଡ୍ ସ୍ପା ସିଲ୍ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଥିସହିତ ସ୍ପା ମାଲିକଙ୍କ ମାଡ଼ରେ ଯୁବକ ଜଣଙ୍କ ଆହତ ହୋଇଛନ୍ତି । ତେବେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ଆସିଥିବା ବେଳେ ତାଙ୍କୁ ସ୍ପା ମାଲିକ ମାଡମାରିଥିବା ସୂଚନା ମିଳୁଛି ।

ସୂଚନଯୋଗ୍ୟ; ଭୁବନେଶ୍ୱର ସ୍ଥିତ ରବି ଟକିଜ୍ ଛକରେ ଥିବା ଡାଇମଣ୍ଡ ସେଲୁନ ଆଣ୍ଡ ସ୍ପାରେ ଜଣେ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଅନନୈତିକ କାର୍ଯ୍ୟରେ ଲଗାଯାଇଥିଲା । ଏହାର ଖବର ପାଇ ଯୁବତୀଙ୍କ ଭାଇ ସ୍ପାରେରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ସ୍ପା ମାଲିକ ସଂପୃକ୍ତ ଯୁବତୀ ଓ ତାଙ୍କୁ ମାରପିଟ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଦୌଡ଼ି ଯୁବତୀ ଓ ତାଙ୍କ ଭାଇଙ୍କୁ ସେଠାରୁ ଉଦ୍ଧାର କରିଥିଲେ ଓ ଏଥିସହ ବଡ଼ଗଡ଼ ପୁଲିସକୁ ଖବର ଦେଇଥିଲେ। ବରଗଡ଼ ପୁଲିସ ପହଞ୍ଚି ସ୍ପାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଲୁନ୍ ଆଣ୍ଡ୍ ସ୍ପାରୁ ଆପତ୍ତିଜନକ ଜିନିଷ ମିଳିଥିଲା।

Leave a Reply

Your email address will not be published. Required fields are marked *