ବହୁ ଚର୍ଚ୍ଚିତ ମହାଦେବ ବୁକ୍‌ ଅନଲାଇନ୍‌ ବେଟିଂ ଆପ୍‌ର ମାଲିକ ଦୁବାଇରେ ଅଟକ । ଇଣ୍ଟରପୋଲର ରେଡ୍‌ କର୍ଣ୍ଣର ନୋଟିସ ପରେ ଅଟକ ରଖାଯାଇଛି । ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରକରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା । ସପ୍ତାହେ ଭିତରେ ସୌରଭଙ୍କୁ ଭାରତ ଅଣାଯିବା ସମ୍ଭାବନା । ଦେଶର ବିଭିନ୍ନ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରହିଛି ।

ପୂର୍ବରୁ ଦୁବାଇରୁ ଗିରଫ ହୋଇଥିଲେ ମହାଦେବ ବୁକ୍‌ ଅନଲାଇନ୍‌ ବେଟିଂ ଆପ୍‌ର ସହ-ସଂସ୍ଥାପକ ରବି ଅପପାଲ।

ସୂଚନଯୋଗ୍ୟ; ମହାଦେବ ବୁକ୍ ଆପ୍ ଏକ ଅନଲାଇନ୍ ଜୁଆଖେଳ ପ୍ଲାଟଫର୍ମ । ଛତିଶଗଡ଼ର ବାସିନ୍ଦା ସୌରଭ ଚନ୍ଦ୍ରକର ଏବଂ ଅନ୍ୟ ଜଣେ ପ୍ରମୋଟର ରବି ଅପପାଲ ଏହାକୁ ଚଳାଉଥିଲେ। ଏହା ସହିତ ସେମାନେ ମନି ଲଣ୍ଡରିଂ ଏବଂ ହାୱାଲା କାରବାର ମଧ୍ୟ ଚଳାଇଥିଲେ । ମହାଦେବ ବେଟିଂ ଆପ୍‌ ମାମଲରରେ ଗତ ୨ ବର୍ଷ ହେଲା ଲଗାତର ଇଡି ରେଡ୍‌ କରି ପଚରାଉଚରା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଖୁଲାସା ହୋଇସାରିଲାଣି।

Leave a Reply

Your email address will not be published. Required fields are marked *