ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆବାସ ଯୋଜନା (ସୁଲଭ ଆବାସ ଯୋଜନା)ରେ ଆବଣ୍ଟିତ ଘର ଭଡ଼ାରେ ନେଇଥିବା ହିତାଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି।

ସୂଚନା ଅନୁଯାୟୀ, ବିଏମସି ପକ୍ଷରୁ ସୁଲଭ ଘର ବଣ୍ଟନ କରାଯାଇଥିଲା। ଅନେକ ଆବଣ୍ଟନକାରୀ ଘର ଭଡ଼ା ନେଇଥିବା ଅଭିଯୋଗ ହୋଇଥିବା ବେଳେ ବୁଧବାର ବିଏମସି ଅଧିକାରୀମାନେ ପୁଲିସ ଉପସ୍ଥିତିରେ ଚଢ଼ଉ କରିଥିଲେ। ଅଭିଯୋଗ ସତ ମଧ୍ୟ ପ୍ରମାଣିତ ହୋଇଥିଲା । ଚଢ଼ଉ ବେଳେ ପ୍ରାୟ ୨୫୦ଟି ଘର ଭଡ଼ାରେ ଦିଆଯାଇଥିବା ଜଣାପଡ଼ିଥିଲା। କିଛି ଆବଣ୍ଟନକାରୀଙ୍କର ଅନ୍ୟତ୍ର ନିଜସ୍ୱ ଜମି ଏବଂ ଘର ଥିବା ସାମ୍ନାକୁ ଆସିଛି।

ଏ ସମ୍ପର୍କରେ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, ସୁଲଭ ମୂଲ୍ୟର ଘର ଆବଣ୍ଟନକାରୀମାନେ ଘର ଭଡ଼ାରେ ଦେଉଥିବା ନେଇ ଅଭିଯୋଗ ଆସୁଥିଲା। ଯେଉଁମାନଙ୍କର ନିଜର ଜମି କିମ୍ବା ଅନ୍ୟତ୍ର ଘର ଅଛି ସେମାନେ ନକଲି କାଗଜପତ୍ର ଦେଖାଇ ଏଭଳି ଘର ପାଇବାରେ ସଫଳ ହୋଇଛନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦେଇଥିବା ତାଲିକା ଅନୁଯାୟୀ ଆମେ ଆବଣ୍ଟନ କରିଛୁ। ରାଜୀବ ଆବାସ ଯୋଜନା (ଆରଏୱାଇ) ହିତାଧିକାରୀଙ୍କୁ କିଛି ଘର ଆବଣ୍ଟନ କରାଯାଇଥିଲା ବୋଲି କହିଛନ୍ତି।

By Nirvay

Leave a Reply

Your email address will not be published. Required fields are marked *