କ୍ରମାଗତ ଦଶମ ଥର ପାଇଁ ରେପୋ ରେଟ୍‌ରେ ଅପରିବର୍ତ୍ତନ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଆରବିଆଇର ମୁଦ୍ରାନୀତି କମିଟି ରେପୋ ରେଟ୍‌ରେ ଆଉ କୌଣସି ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌ ।

ରେପୋ ରେଟ୍‌ର ଅପରିବର୍ତ୍ତନକୁ ନେଇ ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି ଏମ୍ ପିସିର ତିନି ଦିନିଆ ବୈଠକରେ କମିଟିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ରେପୋ ରେଟ୍ ଅପରିବର୍ତ୍ତିତ ରଖିବା ସପକ୍ଷରେ ମତ ଦେଇଥିଲେ। ତେଣୁ ରେପୋ ରେଟ୍ ସମାନ ରହିବାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ।

 

Leave a Reply

Your email address will not be published. Required fields are marked *