କଟକରେ ନୂଆ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ ପହଞ୍ଚି ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ତାଗିଦ୍ କରି କହିଛନ୍ତି ଟ୍ବିନସିଟିର ବିଭିନ୍ନ ଫାଣ୍ଡିରେ କର୍ମଚାରୀମାନଙ୍କ କାର୍ଯ୍ୟକଳାପର ତର୍ଜମା କରାଯିବ । ଦୀର୍ଘଦୀନରୁ ବିଭିନ୍ନ ଥାନା ଫାଣ୍ଡିରେ ରହିଥିବା ଅଧିକାରୀଙ୍କ ତଥ୍ୟ ନିଆଯିବ । ଅଧିକାରୀ କର୍ମଚାରୀଙ୍କ ଦକ୍ଷତା ଦେଖାଯିବ ନ କରିପାରିଲେ ତାଙ୍କ ଉପରେ ଆକ୍ସନ ନିଆଯିବ । ପିସି ଆଉ ମଧ୍ୟ କହିଛନ୍ତି ଲୋକଙ୍କୁ ତ୍ବରିତ ନ୍ୟାୟ ଦେବା ଉପରେ ଗୁରୁତ୍ବ ଦିଆଯିବ । ରାତି ହେଉ କି ଦିନ ସବୁବେଳେ ଲୋକଙ୍କ ପାଇଁ କାର୍ଯ୍ୟ କରିବ ପୋଲିସ । ତ୍ବରିତ ନ୍ୟାୟ ସହ ଥାନାରେ ଉତ୍ତମ ବ୍ୟବହାର ଉପରେ ଗୁରୁତ୍ବ ଦିଆଯିବା ଉଚିତ୍। ଅଭିଯୋଗକାରୀ ଥାନାର ଅତିଥି ତେଣୁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରାଯିବ । ସବୁବେଳେ ପୋଲିସ ସଜାଗ ରହିବା ସହ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ । ଏହା ସହ ଅପରାଧୀ ମାନଙ୍କୁ ଚେତାବନୀ ଦେଇ ପୋଲିସ କମିଶନର କହିଛନ୍ତି ଅଭ୍ୟାସ ଗତ ଅପରାଧୀ ଅପରାଧ ଛାଡନ୍ତୁ । ନଚେତ୍ ଭୟଙ୍କର ସ୍ଥିତି ହେବ । Post navigation ଖୁବଶୀଘ୍ର ବିଏସ୍କେୱାଇ ପରିବର୍ତ୍ତେ ଲାଗୁ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ସୁରକ୍ଷା ଅଧିକାରୀ