ପାରାଦୀପ ମହାନଦୀ ମୁହାଣରେ ଫସି ରହିଥିବା ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୨ଟି ବୋଟ୍‌ ସହ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କଲେ କୋଷ୍ଟଗାର୍ଡ । ସମୁଦ୍ର ଅଶାନ୍ତ ଥିବା ବେଳେ ମାଛ ଧରିବାକୁ ଯାଇଥିବା ଦୁଇଟି ବୋଟ ସମୁଦ୍ର ମଝିରେ ଅଚଳ ହୋଇଯାଇ ଫସିଥିଲେ ୧୪ ମତ୍ସ୍ୟଜୀବୀ।

ମିଳିଥିବା ସୂଚନା ମୁତାବକ, ସମଗ୍ର ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହ୍ସଇଥିବ ବେଳେ ସମୁଦ୍ର ଅଶାନ୍ତ ରହିଛି । ଏହି ସମୟରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବୋଟଟି ସମୁଦ୍ର ମଝିରେ ଅଚଳ ହୋଇଯାଇଛି। ଫଳରେ ପାରାଦୀପ ମହାନଦୀ ମୁହାଣରେ ଫସିକାଇଥିଲେ ୧୪ ମତ୍ସ୍ୟଜୀବୀ । ଖବର ପାଇ ଉଦ୍ଧାର କରିବାକୁ ଆଉ ଏକ ବୋଟକୁ ପଠାଯାଇଥିଲା। କିନ୍ତୁ ଅଚଳ ହୋଇଯାଇଥିବା ବୋଟକୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଉଦ୍ଧାରକାରୀ ବୋଟ୍‌ ମଧ୍ୟ ସମୁଦ୍ରରେ ଫସିଯାଇଥିଲା। କୋଷ୍ଟଗାର୍ଡ ଏକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ୧୪ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିର ଭାବେ ଉଦ୍ଧାର କରି କୂଳକୁ ଆଣିଛନ୍ତି।

Leave a Reply

Your email address will not be published. Required fields are marked *