ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭୁବନେଶ୍ବର ଗସ୍ତରେ ଆସୁଥିବା ବେଳେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ଜାରି ରହିବ। ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ଲାଗିବ।

ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମ ରାସ୍ତାରେ ଯିବାକୁ ପଡିବ। ଡମଣା ଛକରୁ କେଳୁଚରଣ ପାର୍କ-ସୈନିକ ସ୍କୁଲ ଦେଇ ଆଚାର୍ଯ୍ୟ ବିହାର ଯିବାକୁ ହେବ। ଶିଖରଚଣ୍ଡି-ପଥରଗାଡ଼ିଆ-କଳିଙ୍ଗ ଷୁଡିଓ- ଫାୟାର ଷ୍ଟେସନ ଛକ ଦେଇ ଯିବେ। ଜୟଦେବ ବିହାରରୁ ନନ୍ଦନକାନନ ଯିବାକୁ ଚାହୁଁଥିବା ଲୋକେ ରାସ୍ତା ପରିବର୍ତ୍ତନ କରିବେ।

ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ- କେଳୁ ଚରଣ ପାର୍କ ଦେଇ ଡମଣା ଛକରେ ବାହାରିବେ। ଫାୟାର ଷ୍ଟେସନ-କଳିଙ୍ଗ ଷ୍ଟୁଡିଓ- ଡିଏନ୍‌ ସ୍କୁଲ- ପଥରଗାଡ଼ିଆ-ଶିଖରଚଣ୍ଡି ହୋଇ ଯିବେ। କଟକ ପଟୁ ଆସୁଥିଲେ ଏନ୍ଏଚ୍‌ ୩୧୬ ଦେଇ ଭୁବନେଶ୍ବର ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ। ବେହେରା ସାହିପଟୁ ଜୟଦେବ ବିହାର ଆଡ଼କୁ ଗାଡ଼ି ଯାଇପାରିବନି। ବେହେରା ସାହି ପଟୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ। କଟକ ପଟୁ ଆସୁଥିବା ଗାଡ଼ି ସର୍ଭିସ ରୋଡ୍‌ରେ ଜୟଦେବ ବିହାର ଯାଇପାରିବେ ନାହିଁ।
ବରମୁଣ୍ଡା ପଟୁ ଆସିଥିବା ଗାଡି କ୍ରାଉନ ହୋଟେଲଠାରୁ ସର୍ଭିସ ରୋଡରେ ଯିବନି।

Leave a Reply

Your email address will not be published. Required fields are marked *