ଶୁଳିଆପଦା ବ୍ଲକ ବିଜେଡିର ପୂର୍ବତନ ସଭାପତିଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ବ୍ଲକ ବିଜେଡି ସଭାପତି ଦିବ୍ୟଲୋଚନ ଦାଶ ଗିରଫ । ଓମ୍ବାଡ୍‌ସି ପାଣ୍ଠିରୁ ୧ କୋଟି ୧୯ଲକ୍ଷ ୩ ହଜାର୨୧୫ ଟଙ୍କା କୋଟି ଟଙ୍କା ଚାଲାଣ ଅଭିଯୋଗରେ ଦିବ୍ୟଲୋଚନଙ୍କ ସହ ଜଣେ ଠିକା କର୍ମଚାରୀ ମନୋଜ ଦେଓଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ଏହି ମାମଲାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫେରାର ଥିଲେ  ।

ସୂଚନା ମୁତାବକ; ସରକାରୀ ସିକୃତି ନ ଥାଇ ଓମ୍ବାଡସି ପାଣ୍ଠିର ୧ କୋଟି ୧୯ଲକ୍ଷ ୩ ହଜାର ୨୧୫ ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନକରି ହେରଫେର କରିଥିବାର ଅଭିଯୋଗ ହୋଇଥିଲା। କେବଳ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଅର୍ଥ ଆତ୍ମସାତ୍ କରାଯାଇଥିଲା। ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକରେ କୋଭିଡ ସମୟରେ ଓମ୍ବାଡସି ଟଙ୍କାରୁ ଏକ କୋଟି ୧୯ ଲକ୍ଷ ଟଙ୍କା ବିଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନଫର ହୋଇଥିଲା। ସରକାରୀ ଅର୍ଥ ବେଆଇନ ଭାବେ ଦିଆ ଯାଇଥିବା ନେଇ ଗତ ମାସ ଭିଜିଲାନ୍ସ ଏକ ମାମଲା ରୁଜୁ କରିଥିଲା ଯେଉଁଥିରେ କି ଶୁଳିଆପଦା ବ୍ଲକର ତତ୍ କାଳୀନ ବିଡ଼ିଓ ତଥା ବର୍ତ୍ତମାନ ବାଲେଶ୍ଵର ଜିଲ୍ଲାର ଡେପୁଟି କଲେକ୍ଟର ପରିକ୍ଷିତ ଜେନା ଏବଂ ତାଙ୍କ ସହିତ ଜଣେ ଆକାଉଣ୍ଟାଣ୍ଟ ଏବଂ ୨ ବ୍ୟବସାୟୀ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି। ଏହାକୁ ମିସେଇକି ଗିରଫଙ୍କ ସଂଖ୍ୟା ୬କୁ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *